Odiapua.com

ରାହିକ୍ଲବ ପକ୍ଷରୁ କ୍ୟାରମ ଟର୍ଣ୍ଣାମେଂଟ ଉଦଘାଟିତ

ବାଲେଶ୍ୱର, ୧୭ା୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ରାହି କ୍ଲବ ପକ୍ଷରୁ ଦୁଇଦିନିଆ ଜିଲାସ୍ତରୀୟ କ୍ୟାରମ ଟୁର୍ଣ୍ଣାମେଣ୍ଟସହରର ପୋର୍ଟ ରୋଡ଼ସ୍ଥିତ କୋହୀନୁର ପ୍ୟାଲସରେ ବୁଧବାର ଉଦଘାଟିତ ହାଇଯାଇଛି। ଯୁବ ସମାଜସେବୀ ସଲିମ ରେଜା ଏହି ଟୁର୍ଣ୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସର୍ବଦା ଧୈର୍ଯ୍ୟର ସହ ସଫଳତାକୁ ଅପେକ୍ଷା କରିବା ଓ ଉଦଯୋଗ ଜାରି ରଖିବାର କଳା ଶିଖାଇ ଚାଲିଥିବା ଏହି ଖେଳ ପ୍ରତିଯୋଗୀଙ୍କୁ ବାସ୍ତବ ଜୀବନରେ ବି ସଫଳତା ଆଣି ଦେଇଥାଏ ବୋଲି ଶ୍ରୀ ରାଜା ମତ ପ୍ରକାଶ କରିଥିଲେ। ଯୁବ ସଂଗଠକ ଭାଗବତ ସାହୁ, ଇନ୍ତେକାବ ଅଲି ଖାଁ, ଶେଖ ରାଜୁ, ହ୍ରିତିକ୍ ନାୟକ, ମହମ୍ମଦ ଅନିସ ପ୍ରମୁଖ ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟରେ ଅଶଗ୍ରହଣ କରିଥିବା ଜିଲାର ବିଭିନ୍ନ ଅଞ୍ଚଳର ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ତେବେ ଏଭଳି ଜିଲ୍‌ାସ୍ତରୀୟ ପ୍ରତିଯୋଗିତା ଆୟୋଜନ କରିବାରେ ରାହି କ୍ଲବର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ। ଯୁବପିଢ଼ିଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭା ବିକାଶରେ ଏହି ଟୁର୍ଣ୍ଣାମେଣ୍ଟ ବେଶ ସହାୟକ ହୋଇପାରିଛି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ରାହି କ୍ଲବର ସଭାପତି ସଫିକ ଖାନ ଏହି ଉଦଘାଟନୀ ଉତ୍ସବରେ ସଭାପତିତ୍ୱ କରିବା ସହିତ ଦୀର୍ଘବର୍ଷ ଧରି ଏହିଭଳି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇ ଆସୁଥିବା ସୂଚନା ଦେଇଥିଲେ। ଜିଲାର ପ୍ରତିଭାବାନ କ୍ୟାରମ ଖେଳାଳିଙ୍କୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ଏହି ପ୍ରତିଯୋଗିତା ନିୟମିତ ଆୟୋଜନ କରାଯାଉଥିବା ସଭାପତି ପ୍ରକାଶ କରିଥିଲେ। ଜିଲାର ବିଭିନ୍ନ ଅଞ୍ଚଳରୁ ମୋଟ ୩୨ଟି ଟିମ ଏଥିରେ ଅଂଶ ଗ୍ରହଣ କରିଛନ୍ତି। ୧୮ ତାରିଖରେ ଆୟେଜିତ ଉତ୍ସବରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯିବ ବୋଲି କ୍ଲବ ପକ୍ଷରୁ ସୂଚନା ଦିଆଯାଇଛି। କ୍ଲବର କାର୍ଯ୍ୟକର୍ତ୍ତା ଆବୁ ଫେଜ କାଦ୍ଦିର ଏହି କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ସମ୍ପାଦକ ଶେଖ ସଫାତ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସାଗର ଖାନ, ବିଟୁ ଖାନ, ରାଜା ଖାନ, ଟୁନା ଖାନ, ଜଫୁର ଖାନ, ରହିମ ଖାନ, ଶେଖ ଅଲାଉଦ୍ଦିନ, ଶେଖ ରାଜା, ଶେଖ ମଣ୍ଟୁଙ୍କ ସମେତ କ୍ଲବର ବହୁ ସଦସ୍ୟ ଏଥିରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।