Odiapua.com

ରାହାମାରୁ ବାଇକ ଚୋରୀ ; ର‌୍ୟାକେଟ ସକ୍ରିୟ

ତିର୍ତୋଲ ୨୦/୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ତିର୍ତୋଲ ଥାନା ଅନ୍ତର୍ଗତ ରାହାମା ହାଟ ବଜାରରେ ଥିବା ଭାରତୀୟ ଜୀବନବୀମା (ଏସ.ଓ) କାର୍ଯ୍ୟାଳୟ ପରିସରରୁ ଆଜି ଏକ ମଟର ସାଇକେଲ ନଂ ଓଡି୨୯-୫୦୦୬ ଚୋରୀ ହୋଇଥିବା ନେଇ ତିର୍ତୋଲ ଥାନାରେ ଅଭିଯୋଗ ହୋଇଛି। ତାଳପଡା (ବରୁଣ୍ଡି) ଗ୍ରାମର ରବିନାରାୟଣ ସାହୁ ଏହି ବୀମାକାର୍ଯ୍ୟାଳୟକୁ ନିଜ ମଟର ସାଇକେଲରେ ଯାଇ ବୀମା କାର୍ଯ୍ୟାଳୟ ପରିସରରେ ରଖିଥିଲେ। କାର୍ଯ୍ୟାଳୟରୁ ଅପରାହ୍ନ ୪ଟା ବେଳେ ଆସି ଦେଖିଲା ବେଳକୁ ମଟର ସାଇକେଲ ନଥିଲା ବୋଲି ଶ୍ରୀଯୁକ୍ତ ସାହୁ ତିର୍ତୋଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୂର୍ବରୁ ମଧ୍ୟ ରାହାମା ହାଟ ବଜାରରୁ ଏକାଧିକ ବାଇକ ଚୋରୀ ହୋଇଥିବାବେଳେ ୪ମାସ ତଳେ ବୀମା କାର୍ଯ୍ୟାଳୟ ପରିସରରୁ ମଧ୍ୟ ଏକ ମଟର ସାଇକେଲ ଚୋରୀ ହୋଇଥିବା ନେଇ ବାଇକ ଚୋର ର‌୍ୟାକେଟ ସକ୍ରିୟ ଥିବା ଚର୍ଚ୍ଚା ହେଉଛି।