ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅନ୍ତର୍ଗତ ରାହାଞ୍ଜ ସମବାୟ ସମିତି ପରିଦର୍ଶନରେ ଆସି ଓଡିଶା ସମବାୟ ସଚିବ ରାଜେଶ ପ୍ରଭାକର ପାଟିଲ, ଭଦ୍ରକ ଜିଲ୍ଲପାଳ ଦିଲ୍ଲୀପ କୁମାର ରାଉତରାୟ,ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଏଆରସି ଏସ ପ୍ରଚେତା ଜେନା, ଡିଆରସିଏସ ଦୁଃଖିଆ ଟୁଡୁ ଓ ଉପ ସହକାରୀ ନିବନ୍ଧକ ବସନ୍ତ କୁମାର ରଣା ସମବାୟ ସମିତିରେ ପହଂଚି ଆଗକୁ ମଣ୍ଡି ରେ ଧାନକିଣା ପାଇଁ ପ୍ରସ୍ତୁତି, ଗୋଦାମ ଘର ପରିଦର୍ଶନ ସହ ସମବାୟ ସମିତିର ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ କରିବାକୁ ପରାମର୍ଶ ଦେଇଥିଲେ। ସମବାୟ ସମିତିର ବିଭିନ୍ନ ଦାବୀ ବିଷୟରେ ଅବଗତ ହୋଇଥିଲେ ଓ ଯଥାଶୀଘ୍ର ପୂରଣ ପାଇଁ ପ୍ରତିଶୃତି ଦେଇଥିଲେ। ଆଗକୁ ସମବାୟ ସମିତିରେ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ହେବାର ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାହାଞ୍ଜ ସମବାୟ ସମିତିର ସଭାପତି ତପନ କୁମାର ପଣ୍ଡା, ସମ୍ପାଦକ ଅନିରୁଦ୍ଧ ଧୀନ୍ଦା, ବୋର୍ଡ ଡାଇରେକ୍ଟର ଅଶୋକ ଧିନ୍ଦା, ରଙ୍ଗଲତା ସାହୁ, ଚାଷୀ ଅଟଳ ବାରିକ, ରମେଶ ପୃଷ୍ଟି, କାଳନ୍ଦୀ ଜେନା ସମବାୟ ସମିତି କର୍ମଚାରୀ ସଞ୍ଜୟ ମହୁରୀ, ଦୀନବନ୍ଧୁ ବେହେରା ଓ ବିକାଶ ବଳ ଉପସ୍ଥିତ ଥିଲେ।