Odiapua.com

ରାହାଞ୍ଜରେ କ୍ଷେତ୍ରପାଳ ଓ ଶନିଶ୍ଚର ମହାବିଗ୍ରହ ମନ୍ଦିର ପ୍ରତିଷ୍ଠା

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅନ୍ତର୍ଗତ ରାହାଞ୍ଜ ପଂଚାୟତର ରାହାଞ୍ଜଛକରେ କ୍ଷେତ୍ରପାଳ ପଡିଆରେ ଦୀର୍ଘ ଦିନ ଧରି ଅବହେଳିତ ହୋଇ ପଡ଼ିଥିବା କ୍ଷେତ୍ରପାଳଙ୍କ ନୂଆ ମନ୍ଦିର ସହ ଶନିଦେବଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭକ୍ତ ନିରଞ୍ଜନ ନାୟକ ଓ ଭରତ ଚନ୍ଦ୍ର ବଳଙ୍କ ତତ୍ୱାବଧାନରେ ଆୟୋଜିତ ଏହି ପ୍ରତିଷ୍ଠା ଉତ୍ସବର ପ୍ରଥମ ଦିନ ମହାଦେବଙ୍କର ଧନ୍ୟଭିଷେକ, ଅଙ୍କୁରରୋପଣ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଶତାଧିକ ମହିଳାଙ୍କ ଦ୍ୱାରା କଳସ ଶୋଭଯାତ୍ରା ସହ ମହାଦେବଙ୍କ ନଗର ଭ୍ରମଣ, ବସ୍ତୁପୂଜା, ସୁଯ୍ୟପୂଜା, ଗୋ ପୂଜା, ମହାସ୍ନାନ, ମନ୍ଦିରବିଜେ ସହ ତୃତୀୟ ଦିନ ରୁଦ୍ରାଭିଷେକ, ଧୂଜା ବନ୍ଧନ, ଦଧିନଉତି ପୂରଣ, ଶିଖର ପୂଜା, ଧୂଜା ବନ୍ଧନ ସହ ପୂର୍ଣ୍ଣାହୂତି ଦିଆ ଯାଇଥିଲା। ରାଣୀତାଲ ଅଂଚଳରେ ପ୍ରଥମ ଥର ପାଇଁ ଏକ ଶନି ମନ୍ଦିର ପ୍ରତିଷ୍ଠା ହୋଇ ଥିବାରୁ ହଜାର ହଜାର ଭକ୍ତଙ୍କର ସମାଗମ ହୋଇଥିଲା।