Odiapua.com

ରାସ୍ତା ରୋମିଓଙ୍କୁ ଧରି ଛାଡିଦେଲା ପୋଲିସ

କେନ୍ଦ୍ରାପଡ଼ା ୧୩ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ୬ଜଣ ଜଣ ରାସ୍ତା ରୋମିଓ ଗତ ମଙ୍ଗଳବାର ରାତି ପ୍ରାୟ ସାଢେ ୯ଟା ସମୟରେ ତିନୋଟି ବାଇକରେ ୬ଜଣ ଯୁବକ କର୍କଷ ଶବ୍ଦ କରୁଥିବା ହର୍ଣ୍ଣ ବଜାଇ ନିଶାଶକ୍ତ ଅବସ୍ଥାରେ କେନ୍ଦ୍ରାପଡା ସହରର ନୂଆ ବସଷ୍ଟାଣ୍ଡ ରାସ୍ତା ଦେଇ ଯାଉଥିଲେ। ସେହି ରାସ୍ତାରେ ଯାଉଥିବା ଏକ ଟାଟା ମ୍ୟାଜିକ ଗାଡି ସହ ପିଟି ହୋଇ ଯାଇଥିଲେ। ସ୍ଥାନୀୟ ଲୋକମାନେ ଏହାର ପ୍ରତିବାଦ କରିବାରେ ସେମାନେ ଅତ୍ୟନ୍ତ ଅଶ୍ଳିଳ ଭାଷାରେ ସ୍ଥାନୀୟ ଲୋକଙ୍କୁ ଗାଳିଗୁଲଜ କରିଥିଲେ। ଫଳରେ ଲୋକମାନେ ଉତ୍ୟକ୍ତ ହୋଇ ପଡିଥିଲେ। ଏସମ୍ପର୍କରେ ଖବର ପାଇ କେନ୍ଦ୍ରାପଡା ଟାଉନ୍ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ ଓ ଉପଖଣ୍ଡ ଆରକ୍ଷୀ ଅଧିକାରୀ(ଏସ୍‌ଡିପିଓ) ରାଜୀବ ଲୋଚନ ପଣ୍ଡା ସଦଳ ବଳେ ଘଟଣା ସ୍ଥଳରେ ପହଞ୍ଚି ସେହି ରାସ୍ତା ରୋମିଓମାନଙ୍କୁ ଥାନାକୁ ନେଇଯାଇଥିଲେ। ଏଥିସହ ରାସ୍ତା ରୋମିଓଙ୍କ ୩ଟି ବାଇକକୁ ମଧ୍ୟ ପୋଲିସ ଜବତ କରି ଥାନାକୁ ନେଇଯାଇଥିଲା। ଘଟଣାଟି ଘଟିଥିଲା ଟାଉନ୍ ଥାନା ଅନ୍ତର୍ଗତ ନୂଆ ବସଷ୍ଟାଣ୍ଡ ନିକଟ ତୁଳସୀ ବଜାରରେ। ଖବର ଅନୁଯାଇ ରାତି ପ୍ରାୟ ୯ଟା ବେଳେ ତିନୋଟି ବାଇକରେ ୬ଜଣ ଯୁବକ କର୍କଷ ଶବ୍ଦ କରୁଥିବା ହର୍ଣ୍ଣ ବଜାଇ ନିଶାଶକ୍ତ ଅବସ୍ଥାରେ ସେହି ରାସ୍ତା ଦେଇ ଯାଉଥିଲେ। ନିଶାଶକ୍ତ ଅବସ୍ଥାରେ ଥିବାରୁ ସେହି ରାସ୍ତାରେ ଯାଉଥିବା ଏକ ଟାଟା ମେଜିକ ଗାଡି ସହ ପିଟି ହୋଇ ଯାଇଥିଲେ। ଏହାପରେ ସେହି ଯୁବକମାନେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ଫଳରେ ରାସ୍ତା ରୋମିଓମାନେ ସ୍ଥାନୀୟ ଲୋକଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲେ। ଏହାଦ୍ୱାରା ସ୍ଥାନୀୟ ଲୋକେ ଉତେଜିତ ହୋଇ ରାସ୍ତା ରୋମିଓମାନଙ୍କୁ ବହେ ଛେଚିଥିଲେ। ପାର୍ବଣ ସମୟରେ ବଜାର ଗହଳି ଲାଗି ରହିଥିବା ବେଳେ ଏଭଳି ଘଟଣା ଜନସାଧାରଣଙ୍କ ମଧ୍ୟରେ କିଛି ସମୟ ପାଇଁ ଆତଙ୍କ ଖେଳାଇ ଦେଇଥିଲା। ପାର୍ବଣ ଥିବାରୁ ପରବର୍ତ୍ତୀ ଆଇନ୍‌ଶୃଙ୍ଖଳା ପରିସ୍ଥିତି ଉପୁଜିବାର ଆଶଙ୍କାରେ ସେଠାରେ ଗୋଟିଏ ସେକସନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ବୁଧବାର ସେମାନଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଥାନାରୁ ଛାଡି ଦିଆଯାଇଥିବା ଥାନା ପକ୍ଷରୁ ସୂଚନା ମିଳିଛି।