Odiapua.com

ରାସ୍ତା ମଝିରେ ସିଆରସିସି ଏବଂ ପ୍ରାଥମିକ ଶିକ୍ଷକଙ୍କ ଖଣ୍ଡ ଯୁଦ୍ଧ, ଛାତ୍ରଛାତ୍ରୀ ସାଜିଲେ ଦେଖଣାହାରୀ

ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରାଥମିକ ଶିକ୍ଷକ ଏବଂ ସିଆରସିସି ଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଏହା ପୁଣି ରାସ୍ତା ମଝିରେ ଏହାକୁ ଦେଖିବାକୁ ଛାତ୍ରଛାତ୍ରୀ ମଧ୍ୟରେ ପ୍ରବଳ ଉତ୍କଣ୍ଠା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଘଂଟେଶ୍ୱର ଅଂଚଳରେ । ଏଭଳି ଘଟଣାକୁ ନେଇ ଶିକ୍ଷକ ସମାଜ ଆଜି ହତୋତ୍ସାହ ହୋଇ ପଡିଥିବା ବେଳେ ଏହି ଘଟଣାରେ ସଂପୃକ୍ତ ଥିବା ପ୍ରାଥମିକ ଶିକ୍ଷକ ଏବଂ ସିଆରସିସିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଅଂଚଳବାସୀ ଦାବୀ କରିଛନ୍ତି । ମିଳିଥିବା ଖବର ଅନୁଯାୟୀ ମାଣିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଥିବା ଶିକ୍ଷକ ସୌମେନ୍ଦ୍ର ମହାନ୍ତି ଦୀର୍ଘ ଦିନ ହେବ ବିଦ୍ୟାଳୟରେ ଅଧ୍ୟୟନ ରତ ଛାତ୍ରଛାତ୍ରୀଙ୍କୁ ସରକାର ଦେଉଥିବା ସ୍କୁଲ ଡ୍ରେସ ଦେଉ ନଥିବା ଅଭିଯୋଗ ହୋଇଥିଲା । କେଉଁ ପରିସ୍ଥିତିରେ ସଂପୃକ୍ତ ଶିକ୍ଷକ ଏ ପର୍ଯ୍ୟନ୍ତ ଡ୍ରେସ ଦେଉ ନାହାନ୍ତି ବୋଲି ଆଜି ସେହି ବିଦ୍ୟାଳୟ ନିକଟରେ ସଂପୃକ୍ତ ସିଆରସିସି ଲମ୍ବୋଦର ସାହୁ ସଂପୃକ୍ତ ଶିକ୍ଷକ ସୌମେନ୍ଦ୍ର ମହାନ୍ତିଙ୍କୁ ପଚାରିଥିଲେ । ଏହି କଥାକୁ ନେଇ ପ୍ରଥମେ ଉଚ୍ଚବାଚ୍ୟ ପରେ ୨ଜଣ ଙ୍କ ମଧ୍ୟରେ ଠେଲାପେଲା ଏବଂ ଶେଷରେ ଦୀର୍ଘ ସମୟ ଧରି ମୁଥମରା ମରି ପର୍ଯ୍ୟନ୍ତ କଥା ଯାଇଥିଲା । ବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀ ଏବଂ କିଛି ଅଭିଭାବକ ଏହି ୨ଜଣଙ୍କ ଝଗଡାକୁ ଉପଭୋଗ କରିବା ସହ ଏହି ଖଣ୍ଡ ଯୁଦ୍ଧର ‘ଟୋ ଉତୋଳନ କରି ଏହାର ଭିଡିଓ ସାମାଜିକ ଗଣ ମାଧ୍ୟମରେ ଭାଇରାଲ କରିଥିଲେ ।

କେଉଁ ପରିସ୍ଥିତିରେ ୨ଜଣ ପ୍ରାଥମିକ ଶିକ୍ଷକ ଗୋଟିଏ ଛୋଟ କଥାକୁ ନେଇ ରାସ୍ତା ମଝିରେ ଝଗଡା ଏବଂ ପରେ ହାତାହାତି ହେଲେ ଏବଂ ଏହାର ଦର୍ଶକ ସାଜିଲେ ଛାତ୍ରଛାତ୍ରୀ ଏହା ପ୍ରାଥମିକ ଶିକ୍ଷକ ସମାଜ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ନକରାତ୍ମକ ଚିନ୍ତାଧାରା ଆଣି ଦେଇଛି । ସଂପୃକ୍ତ ଦ୍ୱୟ ଶିକ୍ଷକଙ୍କ ବିରୁଦ୍ଧରେ ବିଭାଗୀୟ ଅଧିକାରୀ କଣ ଦୃଢ କାର୍ଯ୍ୟନୁଷ୍‌ାନ ନେବେ ତାହା ଦେଖିବାକୁ ବାକି ରହିଲା । ଏହି ମାଡ ମରାମରି କଥା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ନକରାତ୍ମମ ଚିନ୍ତାଧାରା ଆଣିବା ସହ ପ୍ରାଥମିକ ଶିକ୍ଷକ ସମାଜ ଛାତ୍ରଛାତ୍ରୀଙ୍କ ଦିଗଦର୍ଶନ ଦେବା ବଦଳରେ କିପରି କଳୁଷିତ ହୋଇଯାଉଛି , ଏହି ବିଷୟରେ ଚାନ୍ଦବାଲି ସହକାରୀ ଶିକ୍ଷାଧିକାରୀ ଅନିତା ମିଶ୍ରଙ୍କୁ ପଚାରିବାରୁ ସେ ଏହି ବିଷୟରେ ଅବଗତ ଅଛନ୍ତି ଏବଂ ସେ ଦୁଇ ଜଣ ଶିକ୍ଷକଙ୍କ ମଧ୍ୟରେ ସମାଧାନ ହୋଇ ଯାଇଛି ବୋଲି କହିବା ସହ ତାଙ୍କୁ ପଚରାଯାଇଥିବା ପ୍ରଶ୍ନକୁ ଏଡାଇଯାଇଥିଲେ । ଅନ୍ୟ ପକ୍ଷରେ ଚାନ୍ଦବାଲି ବ୍ଲକ ଶିକ୍ଷାଧିକାରୀ ପ୍ରଣୟ ନାୟକଙ୍କୁ ଏହି ପ୍ରଶ୍ନ ପଚରା ଯାଇଥିବା ବେଳେ ସେ କୌଣସି ଉତର ରଖି ନଥିଲେ । ଆଜି ଭଳି ଦିନରେ ଏହି ଘଟଣା ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଗଭୀର ଆଲୋଡନ ସୃଷ୍ଟି କରିଥିବା ବେଳେ ଭଦ୍ରକ ଜିଲ୍ଲାପାଳ ଏହି ୨ପ୍ରାଥମିକ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବା ଜରୁରୀ ହୋଇ ପଡିଛି ।