Odiapua.com

ରାସ୍ତା ପ୍ରଶସ୍ତି କରଣ ନାଁ ରେ ବଳି ପଡୁଛି ଶହଶହ ଗଛ

କ.ନୂଆଗାଁ ୨୨-୬ (ଓଡ଼ିଆ ପୁଅ/ବେଣୁଧର ପଟ୍ଟନାୟକ) ବାଲିଗୁଡା ଠାରୁ ପେନାପୁସି ରାସ୍ତା ପ୍ରଶସ୍ତିକରଣ ନାମରେ ବହୁ ମୂଲ୍ୟବାନ ଫଳନ୍ତି ଗଛକୁ କଟାଯାଇଛି। ବନବିଭାଗ ଏବଂ କାଠ ମାଫିଆ ହାତ ମିଶାଇ ଲକ୍ଷ ଲକ୍ଷ ସରକାରୀ ଅର୍ଥ ହରିଲୁଟ କରିବାର ପ୍ରୟାସ କରିଛନ୍ତି। ଏସମ୍ପର୍କରେ ଗତ ୨୯.୦୫.୨୦୧୯ରିଖରେ ନିଶା ଓ ଦୁର୍ନିତି ମୁକ୍ତ ସମାଜର ଆବାହକ ସୁଧିର କୁମାର ସାହୁ କନ୍ଧମାଳ ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ଜିଲ୍ଲା ପ୍ରଶାସନ ଉକ୍ତ ଅଭିଯୋଗ କୁ ଗୁରୁତ୍ବ ନ ଦେବା ପରେ ଗତ ତା୦୩.୦୬.୨୦୧୯ରିଖ ରେ କଟକ ଉଚ୍ଚ ନ୍ୟାୟାଳୟ ରେ ଏକ ଲିଖିତ ପିଟସନ୍ ୯୯୮୯/୨୦୧୯ ରେ ଏକ ଜନସ୍ବାର୍ଥ ମାମଲା ଦାଏର କରିଥିଲେ। ମାନ୍ୟବର ଉଚ୍ଚ ନ୍ୟାୟାଳୟ ଉକ୍ତ ଅଭିଯୋଗର ଶୁଣାଣି କରି ଶ୍ରୀ ସାହୁଙ୍କ ଅଭିଯୋଗ କୁ ଗୁରୁତ୍ବ ଦେବା ସହ ଅଧିକରୁ ଅଧିକ ବୃକ୍ଷରୋପଣ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।