Odiapua.com

ରାସ୍ତା ନିର୍ମାଣ ଦାବିରେ ରାସ୍ତାରୋକ

ବାଲେଶ୍ୱର, ୨୨ା୯ (ଓଡ଼ିଆ ପୁଅ/ଅଭୟ ଦାସ): ବିପର୍ଯ୍ୟସ୍ଥ ଗୋପାଳଗାଁ ରାସ୍ତା ମରାମତି ଦାବିରେ ବିଜେପି ପକ୍ଷରୁ ସୋମବାର ଦିନ ଦୀର୍ଘ ସମୟ ଧରି ରାସ୍ତାରୋକ କରାଯାଇଥିଲା। ଭାରତୀୟ ଜନତା ପାର୍ଟିରୁ ଦିବଙ୍ଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ସୁପୁତ୍ର ତଥା ସଦର ବିଜେପି ନିର୍ବାଚନ ମଣ୍ଡଳୀ ସଂଯୋଜକ ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ତଥା ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ଥାନୀୟ ବାସିନ୍ଦାମାନେ ଏହି ରାସ୍ତାରୋକରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ଏହି ରାସ୍ତାର ଶୋଚନୀୟ ଅବସ୍ଥାକୁ ନେଇ ସ୍ଥାନୀୟ ଲୋକଙ୍କ ସମେତ ବିଜେପି ପକ୍ଷରୁ ପୌର କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅବଗତ କରାଯାଇଥିଲେ ବି ସେମାନଙ୍କୁ କେବଳ ପ୍ରତିଶ୍ରୁତି ମିଳିଆସୁଥିଲା। ରାସ୍ତା ନବୀକରଣ ପାଇଁ ଟେଣ୍ଡର ହେବାକୁ ମାସ ମାସ ବିତିଗଲା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ରାସ୍ତା କାମ ଆରମ୍ଭ ହୋଇପାରିନାହିଁ ଯାହା ପ୍ରଶାସନର ଉଦାରସୀନତାକୁ ପଦାରେ ପକାଇଛି ବୋଲି ବିଜେପି ନେତାମାନେ ଆରୋପ ଉଠାଇଛନ୍ତି। ଦୀର୍ଘଦିନର ପୁଞ୍ଜିଭୁତ ଅସନ୍ତୋଷ ଆଜି ବିସ୍ଫୋରକ ରୂପ ନେବା ସହ ଲୋକମାନେ ଶେଷରେ ରାସ୍ତାରୋକ ପାଇଁ ନଷ୍ପତି ନେଇଥିବା ସେମାନେ ପ୍ରକାଶ କରିଛନ୍ତି। ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ସିଟି ଲାଇଫ ଛକଠାରେ ରାସ୍ତାରୋକ କରିଥିଲେ। ଟାଣ ଖରାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସମେତ ସ୍ଥାନୀୟ ବାସିନ୍ଦା ବସିରହି ରାସ୍ତାରୋକ କରିଥିଲେ। ଶେଷରେ ବାଲେଶ୍ୱର ଉପ-ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହ ୧୦ ଦିନ ମଧ୍ୟରେ କାର୍ଯ୍ୟ ଆରମ୍ଭର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀ ରାସ୍ତାରୋକରୁ ନିବତ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀପ ଭୂୟାଁ, ରବିନାରାୟଣ ମହାପାତ୍ର, ଚିତ୍ତରଞ୍ଜନ ପଣ୍ଡା, ସୀତାକାନ୍ତ ସ୍ୱାଇଁ, ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ଶୁଭଙ୍କର ମହାପାତ୍ର, ସତ୍ୟଜିତ ମିଶ୍ର, ଶିପ୍ରା ବାଜପେୟୀ, ବୈଲୋଚନ ଦାଶ, ବିଭୂପଦ ଦାସ, ରାମଚନ୍ଦ୍ର ସାହୁ, ବିପ୍ଳବ କୁମାର ମହାନ୍ତି, ଲକ୍ଷ୍ମୀଧର ବେହେରା, ବାଦଲ ଅଧିକାରୀ, ବିବେକାନନ୍ଦ ରାଉତ, ରୂପେଶ ପ୍ରଧାନ, ବାବା ମିଶ୍ର, ରିଙ୍କେଶ ପ୍ରଧାନ, ରାକେଶ ପ୍ରଧାନ, ଜ୍ଞାନ ପଣ୍ଡା, ମଣ୍ଟୁ ପେରିୱାଲ, ପ୍ରଦୀପ ପତି, ଉପେନ୍ଦ୍ର ଶତପଥୀ, ଅନନ୍ତ ନାୟକ, ଲୋକନାଥ ଭୁୟାଁ, ଯଯାତି ଦାସ, ମିହିର ପାଣି, ଧୀରଜ ମହାନ୍ତି, ବିକାଶ ପାଢୀ, କାର୍ତ୍ତିକ ରାଉତ, ରାଜେଶ ମହାପାତ୍ର, ମନ୍ମୟ ଦାସ, ନିତିନ ଦାସ, ରଣଜିତ ପ୍ରଧାନ, ମହୁଆ ପ୍ରଧାନ, ସଂଯୁକ୍ତା ମହାପାତ୍ର, ସସ୍ମିତା ଦାଶ, ସସ୍ମିତା ଚାନ୍ଦ, ଶ୍ରୀୟା ଦାସ, ମୃତ୍ୟୁଞ୍ଜୟ ରାୟ ମହାପାତ୍ର, ଅଶୋକ ଦାସ, ତରୁଣ ବର୍ଦ୍ଧନ, ମାଧବାନ୍ଦନ ସାହୁ, ପଙ୍କଜ ପେରିୱାଲ, ଅରୁପ ଜେନା, ଭାଗ୍ୟ ରଞ୍ଜନ ନାୟକ, ପବନ କମିଳା, ସ୍ୱାଧୀନ ପଣ୍ଡା, ଦିଲ୍ଲୀପ ଦାସ, ରାକେଶ ପାଢୀ, ପବନ ସିଂହ, ଅଭୟ ସ୍ୱାଇଁ, ବବଲୁ ମିଶ୍ର, ମୁନା ମହନ୍ତ, ପ୍ରତାପ ପ୍ରଧାନ, ଜିତେନ୍ଦ୍ର ଷଡଙ୍ଗୀ ପ୍ରମୁଖ ଏହି ରାସ୍ତାରୋକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।