Odiapua.com

ରାସ୍ତା ନଥିବାରୁ ଭାରାରେ ଗଲେ ରୋଗୀ

ଗଞ୍ଜାମ, ୨୮/୦୯, (ଓଡ଼ିଆ ପୁଅ ପି ନାଏକ):ପୁଣି ଭାରରେ ବୁହାହେଲେ ରୋଗୀ। ଏଭଳି ଘଟଣା ଗଂଜାମ ଜିଲ୍ଲା ସୋରଡା ବ୍ଲକ୍ ଗୋଛାଗୁଡା ଗାଁରେ ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ, ସେହି ଗାଁର ସୁବାନ୍ତି ଶବର ନାମକ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଜ୍ଵର ରୋଗରେ ପିଡୀତ ହୋଇଥିଲେ। ପରେ ତାଙ୍କୁ ହସ୍ପିଟାଲ ନେବା ପାଇଁ ପରିବାର ଲୋକେ ଆମ୍ବୁଲାନ୍ସ ଡ଼କାଇଥିଲେ। ମାତ୍ର ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ଆସିପାରିନଥିଲା। ଫଳରେ ବାଧ୍ୟ ହୋଇ ଗ୍ରାମବାସୀମାନେ ଏକ ଭାରା ମାଧ୍ୟମରେ ପ୍ରାୟ ୮ କିଲୋମିଟର ପାର ହୋଇ ରେଣ୍ଡିଗୁଡି ଛକରେ ପହଁଚିଥିଲେ। ସେଠାରୁ ଏକ ଅଟୋରିକ୍ସା ମାଧ୍ୟମରେ ବଡଗଡ ମେଡିକାଲକୁ ଆଣି ଚିକିତ୍ସା କରାଈଥିବା ଜଣାପଡିଛି।