Odiapua.com

ରାସ୍ତା ଘାଟରେ ଭିଡକରି ମାଛ ଓ ମାଂସ ବିକ୍ରୀକରୁଥିବା ଅଭିଯୋଗରେ ୮ଜଣ ବେପାରୀ ଗିରଫ

ମାଲକାନଗିରି,୯ା୪(ଓଡିଆ ପୁଅ ) ସମଗ୍ର ବିଶ୍ୱ କରୋନା ମହାମାରି ରେ ସନ୍ତୁଳିତ ହେଉଥିବା ରୁ ଏହାର ସଂକ୍ରମଣରୁ ରକ୍ଷା ପାଇବା ନିମନ୍ତେ ଲକ ଡାଉନ ଅବଧିକୁ ୩୦ତାରିଖ ପର୍ଯ୍ୟନ୍ତ ବୃଦ୍ଧିକରାଯାଇଛି । ମାଛ ମାଂସ ବଜାରରେ ପ୍ରତି ଦିନ ଭିଡ ଲାଗିରହୁଥିବାରୁ ମାଂସ ବିକ୍ରୀକୁ ନିଷେଧ କରାଯାଇ ମାଛ ବଜାରକୁ ସାପ୍ତାହିକ ହାଟକୁ ସ୍ଥାନାନ୍ତର କରିଦିଆଯାଇ ଥିବା ବେଳେ ଆଜି ମାଲକାନଗିରି ସହରର ବିଭିନ୍ନ ରାସ୍ତା ସାହି ଗଳିରେ କିଛି ବେପାରି ମାଛ ଓ ମାଂସ ବିକ୍ରୀ କରି ଅଯଥା ଭିଡ କରୁଥିବାରୁ ୮ଜଣ ବେପାରିଙ୍କୁ ମାଲକାନଗିରି ପୁଲିସ ଗିରଫ କରିଛି । ଆଜି ସକାଳେ ମାଛବେପାରୀ ମାନେ ହାଟପଦା ନିର୍ଦ୍ଦିଷ୍ଟ ସ୍ଥାନରେ ମାଛ ବିକ୍ରୀ ନକରି ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥ ରିକ୍ଲାମେଶନ କଲୋନି,ତାମିଲ କ୍ୟାମ୍ପ ରାସ୍ତାନିକଟରେ ଏମଭି୪୨ ଗ୍ରାମର ପରିମଳ ହାଲଦାର,ସୁଶିଲ ହାଲଦାର,ପ୍ରଶାନ୍ତ ହାଲଦାର,ବିନୟ କୁମାର ବଳ,ରିକ୍ଲାମେଶନ କଲୋନିର ମିଥୁନ ସମଜଦାର ବେଆଇନ ଭାବେ ମାଛପସରା ମେଲାଇଥିବାରୁ ସେଠାରେ ଗ୍ରାହକମାନଙ୍କ ଭିଡଲାଗିରହି ଥିବାର ଖବର ପାଇ ମାଲକାନଗିରି ପୁଲିସ ସେଠାରେ ପହଁଚି ନିୟମ ଉଲଘଂନ କରି ମାଛ ବିକ୍ରିକରୁଥିବା ଅଭିଯୋଗରେ ୫ଜଣ ମାଛବେପାରିଙ୍କୁ ଗିରଫକରିଛନ୍ତି । ଠିକ ସେହିପରି ମାଂସ ବିକ୍ରୀକୁ ପ୍ରଶାସନ ବନ୍ଦକରିଥିବା ବେଳେ ବ୍ୟାଙ୍କସାହି ଓ ପୁରୁଣାପୋଷ୍ଠ ଅଫିସ ସାହି ନିକଟରେ ଛେଳି,କୁକୁଡା କାଟି ମାଂସ ବିକ୍ରୀକରୁଥିବା ଚିଦାନନ୍ଦ ସାହିର ଏସ.କେ.ଅଙ୍ଗୁର,ଜେଲ ସାହିର ଜୁନେଶ ଗୋରୋଡା,ଆର୍ଶିବାଦ କଲୋନିର ସାଉଲ ରୁପା ମାଂସ ବେପାରିଙ୍କୁ ପୁଲିସଗିରଫ କରିଛି,ଲକ ଡାଉନ ସମୟରେ ଅଯଥା ରାସ୍ତାଘାଟରେ ମାଂସ, ମାଛ ବିକ୍ରୀକରି ଜନଗହଳି କରନ୍ତୁ ନାହିଁ,ମାଂସ ବିକ୍ରୀବନ୍ଦ ରଖନ୍ତୁ, ମାଛବିକ୍ରୀର ନିର୍ଦ୍ଦିଷ୍ଠ ସ୍ଥାନ ହାଟପଦାରେ ହିଁ ସମାଜିକ ଦୂରତା ରକ୍ଷାକରି ମୁହଁରେ ମାସ୍କ ପିନ୍ଧି ମାଛ ବିକ୍ରୀ କରନ୍ତୁ,ନିୟମ ଉଲଘଂନ କଲେ ଆଇନ ଅନୁସାରେ ଦଣ୍ଡିତ କରାଯିବ ବୋଲି ମାଲକାନଗିରି ଆଦର୍ଶ ଥାନାର ଆଇଆଇସି ରାମପ୍ରସାଦ ନାଗ ମାଛ ଓ ମାଂସ ବେପାରୀ ମାନଙ୍କୁ ପରାମର୍ଶ ଦେଇ ତାଗିଦ କରିଛନ୍ତି ।