Odiapua.com

ରାସ୍ତା ଖରାପ ଯୋଗୁଁ ଆସିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ପ୍ରସୂତୀ

କୋରାପୁଟ,୧୪/୦୯,(ଓଡ଼ିଆ ପୁଅ ପି ନାଏକ):ଆସିପାରିଲାନି ଆମ୍ବୁଲାନ୍ସ, ଶେଷରେ ଖଟିଆରେ ବୁହା ହେଲେ ଗର୍ଭବତୀ । ଏହିଏଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଳକ ଅନ୍ତର୍ଗତ କାଳିଆମ୍ବ ଗାଁରେ । ସୂଚନା ଅନୁସାରେ, ଗାଁ କୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରିନଥିଲା । ଫଳରେ ପ୍ରାୟ ୩କିମି ପର୍ଯ୍ୟନ୍ତ ଖଟିଆରେ ବୁହା ହୋଇ ଯାଇଥିଲେ ପ୍ରସୂତୀ ଜଣକ । ପ୍ରସୂତୀ ଦିନ ତିନିଟାରୁ ସଂଧ୍ୟା ୫ଟାରେ ପହଞ୍ଚିଥିଲେ ମେଡିକାଲରେ । ପରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇ ଥିବାବେଳେ ଉଭୟେ ସୁରକ୍ଷିତ ରହିଥିବା ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି ।