Odiapua.com

ରାସ୍ତା କଡରେ ଥିବା ଗଛରେ ମୋଟର ସାଇକେଲକୁ ଧକାଦେଇ ପୁଲିସ କର୍ମଚାରୀଙ୍କ ପ୍ରାଣଗଲା

ଯାଜପୁର୨୮ା୮(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଧନପୁର ପାଣିକୋଇଲି-ଯାଜପୁରରୋଡ ରାସ୍ତା କଡରେ ଥିବା ଏକ ଗଛରେ ଦୁଇଜଣ ପୁଲିସ କର୍ମଚାରୀ ମଟରସାଇକେଲ ଦୃଙର୍ଟଣା କରି ଜଣେ ମୃବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ ମୃତ ବରଣ କରିଥିବା ପୁଲିସ କର୍ମିଙ୍କ ନାମ ସମୀର ପ୍ରଧାନ ବୋଲି ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ରିଜର୍ଭ ପୁଲିସ କର୍ମଚାରୀ ସମୀର ପ୍ରଧାନ ଓ ଟମକା ଥାନା ପୁଲିସ କର୍ମଚାରୀ ପ୍ରଭାତ ଅମାନ୍ତ ପାଣିକୋଇଲିକୁ ଏକ ବାଇକ୍‌ରେ ଆସୁଥିଲେ। ସେମାନେ ଧନପୁର ଛକରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛରେ ଦ୍ରୁତଗତିରେ ବାଇକ୍‌କୁ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ରିଜର୍ଭ ପୁଲିସ କର୍ମଚାରୀ ସମୀର ପ୍ରଧାନଙ୍କର ମୃତ୍ୟୁ ହୋଇଥିଲା। ପ୍ରଭାତ ଅମାନ୍ତ ଗୁରୁତର ଆହତ ହୋଇଥିଲେ। ତେବେ ପାଣିକୋଇଲି ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ଥିଲା। ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ଯାଜପୁର ଟାଉନ ବଡ଼ମେଡିକାଲକୁ ପଠାଇଛି।