Odiapua.com

ରାସ୍ତା ଉପରେ ଏସ୍ ଆଇ ସ୍ଵାଗତିକା ବେହେରାଙ୍କ ଶବ ରଖି ଗ୍ରାମବାସୀଙ୍କ ଦ୍ଵାରା ଗଣ ଧାରଣା ଓ ରାସ୍ତାରୋକ

ନିରାକାରପୁର -୨୯/୮(ଓଡ଼ିଆ ପୁଅ/କପିଳେଶ୍ଵର ସିଂହ) : ଜି ଉଦୟଗିରି ଠାରେ ସନ୍ଦେହଜନକଭାବେ ମୃତ୍ୟୁବରଣ କରିଥିବା ଏସ୍ ଆଇ ସ୍ଵାଗତିକା ବେହେରାଙ୍କ ଶବ ସେଠାରେ ତାଙ୍କର ପରିବାର ତରଫରୁ ଥାନା ସମ୍ମୁଖରେ ଧାରଣା ଦେଇ ନିରପେକ୍ଷ ତଦନ୍ତର ସେଠାକାର ଏସ୍ ପି ଙ୍କଠୁ ପ୍ରତିଶ୍ରୁତିପାଇଲା ପରେ ଶବବ୍ୟବଛେଦ ହୋଇ ନିଜ ଗ୍ରାମ ନିରାକାରପୁରଠାରେ ଆଜି ସକାଳୁ ପହଁଚିଥିଲା। ଏହା ପରେ ସ୍ଥାନୀୟ ନେତା ମାନେ ଶବକୁ ନୂଆ ଜଗନ୍ନାଥ ସଡ଼କ ଉପରେ ରଖି ସେମାନଙ୍କ ଦାବୀପୁରଣ କରିବା ଉଦ୍ଦେଶ୍ୟରେ ରାସ୍ତାରୋକ କରିବା ସହ ଗଣଧାରଣା ଦେଇଥିଲେ। ଦିନ ବାରଟା ସମୟରେ ଟାଙ୍ଗି ବିଡିଓ ଐଶ୍ଵର୍ଯ୍ୟା ସାମନ୍ତରାୟ, ଥାନା ଅଧିକାରୀଣୀ ଗୀତାଞ୍ଜଳି ନାୟକ, ଅତିରିକ୍ତ ତହସିଲଦାର ଶରତ ଦେହୁରୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଦାବୀ ପତ୍ରଗ୍ରହଣ କରିବା ସହ ଜିଲ୍ଲା ପ୍ରଶାସନଙ୍କୁ ଜଣେଇବା ଫଳରେ ତାଙ୍କ ପରିବାରରୁ ଜଣଙ୍କୁ ସ୍ଥାୟୀ ନିଯୁକ୍ତି, ଘଟଣାର ନିରପେକ୍ଷ ତଦନ୍ତ, ତାଙ୍କ ମା’ ଉଷାରାଣୀ ବେହେରାଙ୍କ ପେନସନ ବ୍ୟବସ୍ଥା ସରକାର ବିଚାର କରିବାର ପ୍ରତିଶ୍ରୁତି ଦେବା ଏବଂ ଏହାର ଲିଖିତ ପ୍ରତିଶ୍ରୁତି ଆସନ୍ତାକାଲି ତାଙ୍କ ନିକଟର ପହଁଞ୍ଚାଇବାର ପ୍ରତିଶ୍ରୁତି ଦେବାକୁ ବାଲୁଗାଁ ଏସଡିପିଓ କହିବାରେ ଗଣଧାରଣା ଓ ରାସ୍ତାରୋକ ବନ୍ଦ କରାଯାଇ ଶବଟିକୁ ତାଙ୍କ ନିଜ ଗାଁ ପାଣ୍ଡବ ପାଟଣା ଶ୍ମଶାନକୁ ଶବ ଦାହ ପାଇଁ ନିଆଯାଇଥିଲା।