ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମୁନିସିପାଲିଟିର ୧୮ ନମ୍ବର ୱାର୍ଡ ଅନ୍ତର୍ଗତ ବାରିକ ସାହିର ବାସିନ୍ଦା ଲକ୍ଷ୍ମୀଧର ସାହୁ ଆଜି ରାସ୍ତାରେ ଯାଉଥିବା ବେଳେ ହଠାତ୍ ପଡ଼ିଯାଇ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ପରିବାର ସୂତ୍ରରୁ ପ୍ରକାଶ ଯେ, ଘଟଣା ପରେ ତାଙ୍କର ହାତ ଓ ଗୋଡ଼ ପାରାଲିସିସ୍ ପ୍ରଭାବିତ ହୋଇଥିବା ସହ ସେ କାହାକୁ ଚିହ୍ନି ପାରୁନାହାନ୍ତି। ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିବା ବେଳେ ଡାକ୍ତରମାନେ ଉନ୍ନତ ଚିକିତ୍ସା ପାଇଁ ପ୍ରାୟ ୧୦ ଲକ୍ଷ ଟଙ୍କା ଆବଶ୍ୟକ ବୋଲି କହିଥିବା ପରିବାର ପକ୍ଷରୁ ସୂଚନା ମିଳିଛି। ଲକ୍ଷ୍ମୀଧର ସାହୁଙ୍କ ପରିବାର ଆର୍ôଥକ ଭାବେ ଅସ୍ୱଚ୍ଛଳ ଥିବାରୁ ଏତେ ବଡ଼ ଅର୍ଥରାଶି ଯୋଗାଡ଼ କରିବା ସେମାନଙ୍କ ପକ୍ଷରେ ସମ୍ଭବ ହେଉନାହିଁ। ତାଙ୍କର ଗୋଟିଏ ମାତ୍ର ପୁଅ ଥିବା ବେଳେ ପରିବାର ଏବେ ଗଭୀର ସଙ୍କଟ ମଧ୍ୟରେ ରହିଛି। ଲକ୍ଷ୍ମୀଧର ସାହୁଙ୍କ ସ୍ତ୍ରୀ ଓଡ଼ିଶାବାସୀଙ୍କୁ ଆବେଗଭରା ନିବେଦନ କରି କହିଛନ୍ତି ଯେ, ସମସ୍ତଙ୍କ ସାମାନ୍ୟ ସହଯୋଗ ତାଙ୍କ ସ୍ୱାମୀଙ୍କ ଜୀବନ ବଂଚାଇ ପାରିବ। ସହୃଦୟ ବ୍ୟକ୍ତିମାନେ ୮୭୬୩୩୯୦୮୪୫ ଫୋନ ପେ ନମ୍ବର ରେ କିଛି ସାହାଯ୍ୟର ହାତ ବଢ଼ାଇଲେ ସେମାନଙ୍କ ପରିବାର ଚିରକାଳ ପାଇଁ କୃତଜ୍ଞ ରହିବ ବୋଲି ସେ କହିଛନ୍ତି।