Odiapua.com

ରାସ୍ତାରେ ଜଳିଗଲା ଗଜେଂଇ ବୋଝେଇ କାର

ମାଲକାନଗିରି,୨୨ା୯(ଓଡିଆ ପୁଅ )ମାଲକାନଗିରି ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥ ଏମଭି୧୭ ଗ୍ରାମନିକଟରେ ଚଳନ୍ତା ଅବସ୍ଥାରେ ଜଳିଯାଇଛି ଏକ ଗଜେଂଇ ବୋଝେଇ କାର । ଆଜି ମାଲକାନଗିରି ଆଡୁ କାଲିମେଳା ଅଭିମୁଖେ ଏକ କାର ଦୃତଗତିରେ ଯାଉଥିବା ସମୟରେ ମାଲକାନଗିରି ଥାନାସ୍ଥ ଏମଭି୧୭ ନିକଟ ଜାତୀୟ ରାଜପଥରେ ହଟାତ ନିଆଁଲାଗି ଜଳିଯାଇଥିଲା । କାରଟିରେ ନିଆଁ ଲାଗିବା କ୍ଷଣି ସେଥିରେ ବସିଥିବା ଗାଡିଚାଳକ ଗାଡି ଛାଡି କେଉଁଆଡେ ଫେରାର ହୋଇଯାଇଛନ୍ତି । କାରଟି ରାସ୍ତା ରେ ହୁତୁ ହୁତୁ ହୋଇ ଜଳୁଥିବାର ଦେଖି ନିକଟସ୍ଥ ଗ୍ରାମବାସୀ ଅଗ୍ନିଶମ ବିଭାଗ ଓ ଥାନାକୁ ଫୋନ କରିଥିଲେ । ଘଟଣାସ୍ଥଳରେ ମାଲକାନଗରି ଅଗ୍ନିଶମ ବିଭାଗ କର୍ମଚାରୀ ପହଁଚି ନିଆଁକୁ ଆୟତ କରିଥିଲେ ମଧ୍ୟ କାରଟି ଜଳିଯାଇଥିଲା । କାର ରୁ ନିଆଁ ଲିଭାସରିବା ପରେ ସେଥିରେ ପ୍ରଚୁରପରିମାଣର ଗଜେଂଇ ଥିବାର ଜଣାପଡିଛି, ନିଆଁରେ ଗଜେଂଇ ଗୁଡିକ ମଧ୍ୟ ପୋଡି ପାଉଁସ ହୋଇଯାଇଥିବା ବେଳେ କାର ଡୋର,ଡିକି ,ଚ୍ୟାମ୍ବର ମଧ୍ୟରୁ କିଛି ପୋଡା ଗଜେଂଇ ବାହାରିଥିଲା । ସେ ଅଚଂଳଟି ଗଜେଂଇ ପୋଡା ଧୁଆଁ ବାସନାରେ ଲୋକମାନେ କିଛି ସମୟ ଅଣ ନିସ୍ୱାସି ହୋଇପଡିଥିଲେ । ଏହି ଗଜେଂଇ ବୋଝେଇ କାରଟି କେଉଁଠାରୁ ଆସିଲା,କେଉଁଠାକୁ ଯାଉଥିଲା ସ୍ପଷ୍ଟ ସୂଚନା ମିଳିନାହିଁ । ଘଟାଣାସ୍ଥଳରେ ମାଲକାନଗିରି ଥାନା ଆଇଆଇସି ରାମପ୍ରସାଦ ନାଗ ପୁଲିସ ସଦଳବଳ ପହଁଚି ପୋଡା କାରଟିକୁ ଜବତ କରିବା ସହିତ ଏ ସଂପର୍କରେ ଥାନାରେ ଏକ କେସ ରୁଜୁକରି କାରଟି କାହାର,କେଉଁଠାରୁ ଆସିଲା,କେଉଁଠାକୁ ଯାଉଥିଲ. କାରରେ କିପରି ନିଆଁଲାଗିଲା ତାହାର ତଦନ୍ତଚଳାଇଛନ୍ତି । ସୁଚନା ଯୋଗ୍ୟ ଯେ ମାଲକାନିଗରି ଜିଲ୍ଲା ଗଜେଂଇ ଚାଷ ଓ ଚୋରାଚାଲଣ କାରବାରର ଭୂସ୍ୱର୍ଗ ପାଲଟିଥିବା ବେଳେ ଏହି ଜିଲ୍ଲାରୁ ବାହାର ରାଜ୍ୟକୁ କୁଇଁଟାଲ କୁଇଁଟାଲ ଗଜେଂଇ ଚୋରାଚାଲଣ ହୋଇଥାଏ । କତେବେଳେ କେମିତି ପୁଲିସ ଓ ଅବକାରି ବିଭାଗ ହାବୁଡରେ ପଡି ଚୋରା ଚାଲଣ କାରି ମାନେ ଗିରିଫ ହୋଇଥାନ୍ତି । ଏହି ଗଜେଂଇ ମାଫିଆ ମାନେ ମଟରସାଇକେଲ, କାର,ଟ୍ରକ,କାଉଡିଆ ମାନଙ୍କ ଦ୍ୱାରା ଗଜେଂଇ ଚାଲାଣ କରିଥାନ୍ତି ।