Odiapua.com

ରାସ୍ତାରେ ଅବୈଧ ପାର୍କିଂ ଗାଡ଼ିର ଫଟୋ ପଠାଉଥିବା ବ୍ୟକ୍ତିଙ୍କୁ ମିଳିବ ୫୦୦ ଟଙ୍କା, ମାଲିକଙ୍କୁ ଜରିମାନା – ନିତିନ ଗଡ଼କରୀ

ନୂଆ ଦିଲ୍ଲୀ ୧୬-୬ (ଓଡ଼ିଆ ପୁଅ) କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ, ରାସ୍ତାରେ ଅବୈଧବାବେ ପାର୍କିଂ ହୋଇଥିବା ଗାଡି ମାଲିକଙ୍କଠାରୁ ୧୦୦୦ ଟଙ୍କା ଜରିମାନା ଆଦାୟ କରାଯିବ।

ଯଦି କୌଣସି ବ୍ୟକ୍ତି ରାସ୍ତାରେ ଭୁଲ୍ ପାର୍କିଂ ହୋଇଥିବା ଗାଡିର ଫଟୋ ପଠାନ୍ତି, ତେବେ ତାଙ୍କୁ ୫୦୦ ଟଙ୍କା ପୁରସ୍କାର ମିଳିବ। ସରକାର ଖୁବ୍ ଶୀଘ୍ର ଏଭଳି ଆଇନ ଆଣିବାକୁ ଯାଉଛନ୍ତି। ଏଥି ସହିତ, ପାର୍କିଂ ଭୁଲ୍ କରୁଥିବା ଗାଡି ମାଲିକଙ୍କୁ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡିବ। କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଗୁରୁବାର ଏହି ସୂଚନା ଦେଇଛନ୍ତି।

ଏଠାରେ ଏକ ଇଭେଣ୍ଟରେ ଏପରି ସମ୍ବୋଧିତ କରି ଗଡକରୀ କହିଛନ୍ତି ଯେ ରାସ୍ତାରେ ଭୁଲ୍ ପାର୍କିଂ ହୋଇଥିବା ଯାନଗୁଡିକର ପ୍ରବୃତ୍ତି ଯାଞ୍ଚ କରିବା ପାଇଁ ସେ ଏକ ଆଇନ ଆଣିବାକୁ ଚିନ୍ତା କରୁଛନ୍ତି।