Odiapua.com

ରାସ୍ତାକଡରୁ ଉଦ୍ଧାର ଶିଶୁ ‘ବାତ୍ସଲ୍ୟ’ କୁ ହସ୍ତାନ୍ତର

ଭଦ୍ରକ, ୨୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ୨୨ ତାରିଖ ଦିନ ଚରମ୍ପା ଲକ୍ଷ୍ମୀନାରାୟଣ ମନ୍ଦିର ନିକଟରେ ଉଦ୍ଧାର ହୋଇଥିବା ଶିଶୁ ଆଜି ‘ବାତ୍ସଲ୍ୟ’ ଶିଶୁ ଯତ୍ନ ଅନୁଷ୍ଠାନକୁ ହସ୍ତାନ୍ତର କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଚରମ୍ପା ଲକ୍ଷ୍ମୀନାରାୟଣ ମନ୍ଦିର ନିକଟରେ ଜନୈକା ମହିଳା ପ୍ରାୟ ୭/୮ ଦିନର ଏକ ନବଜାତ ଶିଶୁପୁତ୍ରକୁ ସେଠାରେ ବସିଥିବା ଜଣେ ଯୁବକଙ୍କୁ ‘ ମୋ ପିଲାକୁ ଜଗିଥାଅ, ମୁଁ ପାଖରୁ ଟିକେ ଆସୁଛି’ କହି ଆଉ ଫେରିନଥିଲେ । ତେବେ ଦୀର୍ଘ ୩ ଘଣ୍ଟା ଅପେକ୍ଷା କରି ଶିଶୁଟିର ମା’ ନଫେରିବାରୁ ଯୁବକ ଜଣକ ପୁଲିସ୍‌କୁ ଖବର ଦେବାପରେ ସେ ଚାଇଲ୍ଡ ଲାଇନ୍ ଜରିଆରେ ତାକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଆଜି ଉକ୍ତ ଶିଶୁପୁତ୍ର ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରୁ ସୁସ୍ଥ ଅବସ୍ଥାରେ ନିର୍ବାହ ହେବା ପରେ ଜିଲା ଶିଶୁ ମଙ୍ଗଳ କମିଟିର ନିର୍ଦ୍ଦେଶ କ୍ରମେ ଆସିୟାନାର ସଂଯୋଜକ ରିଆଜ ଅହେମ୍ମଦ, କର୍ମକର୍ତ୍ତା ବିକାଶ ରାଉତ, ଶିବାନୀ ପାତ୍ର, ନାଫିଷା ଖାତୁନଙ୍କ ଉପସ୍ଥିତିରେ ବାତ୍ସଲ୍ୟ ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତା ଦିଗନ୍ତ ବେହେରା ଓ ପଲକ ଜ୍ୟୋତି ପରିଆଡିଙ୍କୁ ହସ୍ତାନ୍ତର କରାଯାଇଛି ।