Odiapua.com

ରାସାୟନିକ ବିସ୍ପୋରଣର ମୁଖ୍ୟ ୨ଅଭିଯୁକ୍ତ କୋର୍ଟ ଚାଲାଣ, ତଦନ୍ତ ରିପୋର୍ଟ ପରେ କାର୍ଯ୍ୟନୁଷ୍ଠାନ

ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରାରେ ଗତ ୨୦ ତାରିଖ ଘଟିଥିବା ରାସାୟନିକ ବିସ୍ପୋରଣର ମୁଖ୍ୟ ଅଭିଯୁକ୍ତକୁ ଧାମରା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତଙ୍କ ବେଲ ପାଇଁ ଆବେଦନ କରିଥିବା ବେଳେ ସେମାନଙ୍କର ଆବେଦନ ଖାରଜ ହେବାରୁ ସେମନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।ଏଠାରେ ଉଲ୍ଲେଖଯୋଗ୍ୟ ଏହି ବିସ୍ପୋରଣରେ ସତ୍ୟେନ କାମିଳିଆ(ରଣା),ଏବଂ ତାଙ୍କ ପରିବାର ୩ପୁଅ ଯଥା ଭୀମ, ଅର୍ଜୁନ ଏବଂ ନକୁଳ ଏହି ଘଟଣାରେ ସଂପୂର୍ଣ୍ଣ ଲିପ୍ତ ଥିବା ବେଳେ ପୁଲିସ କେଉଁ ପରିସ୍ଥିତିରେ କେବଳ ସତ୍ୟେନ ଏବଂ ଭୀମକୁ ଗିରଫ କରିଥିବା ବେଳେ ଅନ୍ୟ ୨ଜଣଙ୍କୁ ଘଂଟ ଘୋଡାଉଛି ତାହା ସାଧାରଣରେ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଗତକାଲି ରାସାୟନିକ ବିସ୍ପୋରଣର ତଦନ୍ତ କରିବା ପାଇଁ ବାଲେଶ୍ୱର ରୁ ଏକ ସାଇଂଟିଫିକ ଟିମ ଆସି ଧାମରାରେ ପହଂଚି ତଦନ୍ତ ଆରମ୍ଭ କରି ଏହାର ରିପୋର୍ଟ ଖୁବ ଶୀଘ୍ର ଭଦ୍ରକ ଆରକ୍ଷୀ ଅଧୀକ୍ଷକଙ୍କ ନିକଟକୁ ପଠାଇ ଦିଆଯିବ ବୋଲି ସାଇଂଟିଫିକ ଅଫିସର ସଙ୍ଗିତା ହାଂସଦା ମତ ରଖିଥିଲେ ।ଅନ୍ୟ ପକ୍ଷରେ ସାଇଂଟିଫିକ ଟିମ ଫେରିବା ପରେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ସତ୍ୟେନଙ୍କ ସାନଭାଇ ହରିହରଙ୍କ ଶବ ଆସି ଧାମରାରେ ପହଂଚିଥିବା ବେଳେ ହରିହରଙ୍କ ପରିବାର ସତ୍ୟେନଙ୍କ ଘର ଆଗରେ ଶବ ରଖି ଧାମରା ବାଂଶଡା ରାସ୍ତାକୁ ଅବରୋଧ କରିବା ସହ ଧାରଣାରେ ବସିଥିଲେ ।

ପରେ ଧାମରାଥାନାରେ ଥାନାଧିକାରୀଙ୍କ ଉପସ୍ଥିତିରେ ଏକ ଫଇସଲାନାମାରେ ସତ୍ୟେନ ହରିହରଙ୍କ ଦଶାହକ୍ରିୟା ପାଇଁ ୩୦ହଜାର ଟଙ୍କା ଏବଂ ଆଗାମୀ ୩ମାସ ମଧ୍ୟରେ ୫ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ ବୋଲି ଚୁକ୍ତିପତ୍ର କରିବା ପରେ ରାତ୍ର ୧ଟା ସମୟରେ ଏହି ଧାରଣା ପ୍ରତ୍ୟାହୃତ ହୋଇଥିଲା । ଅନ୍ୟ ପକ୍ଷରେ ସତ୍ୟେନଙ୍କ ପରିବାର ଧାମରା ବଜାରରେ ଏକ କବାଡିଆ ଦୋକାନ ଖୋଲି ବିପୁଳ ପରିମାଣରେ ଚୋରା ଏବଂ ବିସ୍ପୋରକ ସାମଗ୍ରୀ ମହଜୁଦ କରି ରଖୁଛନ୍ତି,ସେମାନଙ୍କର ଏହି କବାଡିଆ ଦୋକାନକୁ ଧାମରା ବଜାର ମଧ୍ୟରୁ ହଟାଇବା ପାଇଁ ଧାମରା ବଜାର କ୍ରିୟାନୁଷ୍ଠାନ କମିଟି ଧାମରା ଥାନାଧିକାରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।ଏଥି ସହ ଧାମରା ବଜାରରେ ଆଉ ୨ଟି କବାଡିଆ ଦୋକାନ ଏହି ବଜାର ମଧ୍ୟରୁ ହଟାଇବା ପାଇଁ ଏହି ଦାବୀପତ୍ରରେ ଉଲ୍ଲେଖ ଅଛି । ଏଠାରେ ଉଲ୍ଲେଖଯୋଗ୍ୟ ଏହି ସମସ୍ତ ଚୋରୀ ଘଟଣାରେ ବାଂଲାଦେଶୀଙ୍କ ପ୍ରଚ୍ଛଦ ହାତଥିବା ସର୍ବସାଧାରଣରେ ଚର୍ଚା ଚାଲିଛି । ଏଣୁ ଧାମରାରେ ଶାନ୍ତିଶୃଙ୍ଖଳା ବଜାଇ ରଖିବାକୁ ହେଲେ ଏହି କବାଡିଆ ଦୋକାନ ଗୁଡିକୁ ବଜାର ମଧ୍ୟରୁ ହଟାଇବା ଜରୁରୀ ହୋଇ ପଡିଛି । ଏହି ଦୁର୍ଘଟଣାରେ ଅଣ୍ୟ ଜଣେ ଅଭିଯୁକ୍ତ କଇଥଖୋଲା ବାସିନ୍ଦା ସେକ କଇମତ(୭୨) ବର୍ତମାନ କଟକରେ ଏକ ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମରତ । ଅନ୍ୟ ପକ୍ଷରେ ଧାମରା ଥାନାଧିକାରୀ ଏନେଇ ଏକ ୮୯/୨୨ରେ କେସ ରୁଜୁ କରିଥିବା ବେଳେ ଆଗାମୀ ଦିନରେ ସର୍ବସାଧାରଣଙ୍କ ହିତ ପାଇଁ ଅନ୍ୟ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିବେ ଅଥବା ଜାଣିଶୁଣି ଏହି କେସକୁ ରଫାଦଫା କରିବା ପାଇଁ ଅନ୍ୟ ୨ଅଭିଯୁକ୍ତଙ୍କୁ ଛାଡି ଦେବେ ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି ।ଏହି କେସରେ ଅନ୍ୟ ଏକ ମୁଦାଲା ସେକ କଇମତ ଚିକିତ୍ସା ପରେ ଆସିଲେ ଏହି ଘଟଣାର ପର୍ଦାଫାଶ ହୋଇ ପାରିବ ବୋଲି ମଧ୍ୟ ଚର୍ଚ୍ଚା ।