Odiapua.com

ରାଷ୍ଟ୍ର ନିର୍ମାଣରେ ଶିକ୍ଷକ ମାନଙ୍କର ଗୁରୁ ଦାୟିତ୍ୱ ରହିଛି, ରୋଟାରୀ କ୍ଲବ ଭଦ୍ରକର ରାଷ୍ଟ୍ରନିର୍ମାଣ ସମ୍ମାନ କାର୍ଯ୍ୟକ୍ରମ

ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରୋଟାରୀ କ୍ଲବ ଭଦ୍ରକ ଆନୁକୁଲ୍ୟରେ ରାଷ୍ଟ୍ରନିର୍ମାଣ ସମ୍ମାନ ସମାରୋହ କ୍ଲବର ସଭାପତି ରୋଟାରିଆନ ଇଂ ବସନ୍ତ କୁମାର ପାଣିଗ୍ରାହୀ ଓ ସଂପାଦକ ଇଂ ଅମ୍ବିକା ବଲ୍ଲଭ ସ୍ୱାଇଁଙ୍କ ନେତୃତ୍ୱରେ ତଥା ଉକ୍ତ କାର୍ଯ୍ୟକ୍ରମର ଚେୟାରମ୍ୟାନ ମନୋଜ ସାହୁଙ୍କ ପରିଚାଳନାରେ ସଂପାଦିତ ହୋଇଯାଇଛି । ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ବିଧାୟକ ସଂଜୀବ ମଲ୍ଲିକ, ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର,ବ୍ଲକ ଶିକ୍ଷାଧୀକାରୀ ଚକ୍ରଧର ମଲ୍ଲିକ, ରୋଟାରୀ ଜିଲ୍ଲା ଉପ ଗଭର୍ଣ୍ଣର ଅତିଶ ବେହେରା ଯୋଗଦେଇ ଏକ ସୁସ୍ଥ ସମାଜ ଗଠନରେ ଶିକ୍ଷକ ମାନଙ୍କ ଭୂମିକା ଉପରେ ଅଲୋକ ପାତ କରିଥିଲେ ।ଏହି ଅବସରରେ ଜିଲ୍ଲାର ୩୦ଜଣ କୃତି ଶିକ୍ଷକଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ରାଷ୍ଟ୍ର ନିର୍ମାଣ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା ।ଉତ୍ସବର ପ୍ରାରମ୍ଭରେ ଅତିଥିମାନେ ଆନ୍ତର୍ଜାତୀୟ ରୋଟାରୀ ସଂଗଠନର ପ୍ରତିଷ୍ଠାତା ପଲ୍ ପି. ହରିସଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ରୋଟାରିଆନ ଡାଃ ପ୍ରଭାସ ମହାନ୍ତି, ଗୟାଧର ପଣ୍ଡା,ଶାନ୍ତି ସ୍ୱରୁପ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅଭିଜିତ ନାୟକ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ ।ଶୁଚିସ୍ମିତା ପଣ୍ଡା ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ରୋଟାରିଆନ ପ୍ରମୋଦ ଜେନା, ଅଜିତ ଦାଶ, ସୀତାକାନ୍ତ ଦାସ, ପ୍ରଣବ ସାହୁ, ପ୍ରତାପ ମହାନ୍ତି, ବିଚିତ୍ରାନନ୍ଦ ଦାସ,ବିଜୟ ମହାନ୍ତି, ଉମାକାନ୍ତ ଜେନା,ଜୟନ୍ତ ବାରିକ, କମଳାକାନ୍ତ ବେହେରା, ବିଭୁଚନ୍ଦନ ଜେନା,ବୈରାଗି ଧଳ,ବିଜୟ ସାହୁ,ବସନ୍ତ ସାମଲ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।ଏହି ଅବସରରେ ଚଳିତ ବର୍ଷ ସି.ବି.ଏସ୍‌.ଇ. ପରୀକ୍ଷାରେ ଉଲ୍ଲେଖନିୟ ପ୍ରଦର୍ଶନ ନିମନ୍ତେ ରୋଟାରିଆନ ଇଂ ସତ୍ୟ ସୁନ୍ଦର ମଂଡଳଙ୍କ କନ୍ୟା ସିଦ୍ଧି ଶରଣ୍ୟା ମଂଡଳଙ୍କୁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରା୍‌ାଇଥିଲା ।ଉଲ୍ଲେଖଯୋଗ୍ୟଯେ ରୋଟାରୀ ଇଣ୍ଡିଆ ଲିଟେରାରୀ ମିଶନ ପକ୍ଷରୁ ସାରା ଭାରତବର୍ଷରେ କୃତି ଶିକ୍ଷକ ମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ । କ୍ଲବର ସମସ୍ତ ସଦସ୍ୟ/ସଦସ୍ୟାଙ୍କ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମ ସଂପାଦିତ ହୋଇଥିଲା ।