Odiapua.com

ରାଷ୍ଟ୍ରୀୟ ରାମାୟଣ ମହୋତ୍ସବର ପଞ୍ଚମ ଦିବସରେ ପୁତ୍ରକୁ ଝୁରି ଦଶରଥଙ୍କ ଶରୀର ତ୍ୟାଗ

ପୁରୀ ୧୧-୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ସମୁଦ୍ର କୂଳ ସ୍ଥିତ ରୁମାନୀ ହୋଟେଲ ସମ୍ମିଳନୀ କକ୍ଷ ପରିସରରେ ଶ୍ରୀରାମ ସୁନ୍ଦରକଣ୍ଡ ଚାରିଟେବୁଲ ଟ୍ରଷ୍ଟ ଏବଂ ଗୋବିନ୍ଦ ଗୋଧାମ ଗୋଶାଳା ତରଫରୁ ଆୟୋଜିତ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବର ପଞ୍ଚମ ଦିନରେ ଅଯୋଧ୍ୟା କାଣ୍ଡ ପ୍ରସଙ୍ଗରେ ପୁତ୍ରକୁ ଝୁରି ଦଶରଥଙ୍କ ଶରୀର ତ୍ୟାଗ ବ୍ୟାଖ୍ୟା ହୋଇଥିଲା। ତେଲେଙ୍ଗାନା ନିଜାମାବାଦର ଆନ୍ତର୍ଜାତୀୟ ରାମ ଚରିତ ମାନସ ପାଠକ ସୁରେଶ ସାରଡା, ସରତ ସାରଡାଙ୍କ ସୁମଧୁର କଣ୍ଠରୁ ସଙ୍ଗୀତମୟ ପ୍ରଭୁ ରାମଚନ୍ଦ୍ରଙ୍କ ବିରହରେ ମହାରାଜ ଦଶରଥଙ୍କ ଶରୀର ତ୍ୟାଗ ଏକ ଭାବ ଗମ୍ଭୀର ପରିବେଶ ସୃଷ୍ଟି କରିଥିଲା। ମହାରାଣୀ କୈକେଇ, ସୁମିତ୍ରା ଓ କୌଶଲ୍ୟା ଙ୍କ ଦୁଃଖର ସ୍ଥିତି କୁ ଉପସ୍ଥିତ ଶ୍ରଦ୍ଧାଳୁ ମାନେ ଅନୁଭବ କରି ଭକ୍ତି ଭାବରେ କ୍ରନ୍ଦନ କରୁଥିବାର ଦେଖିବାକୁ ମିଳିଥିଲା।ସତେ ଯେମିତି ପ୍ରଭୁ ରାମଙ୍କ ବିରହ ର ଅନୁଭବ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଭକ୍ତମାନେ ଦୁଃଖ ପ୍ରକଟ କରିଥିବାର ଦୃଶ୍ୟ ପରିବେଶକୁ ରାମମୟ କରିଥିଲା।ପ୍ରସଙ୍ଗ କ୍ରମରେ ବନ ମଧ୍ୟରେ ରାମଚନ୍ଦ୍ରଙ୍କର ଉପସ୍ଥିତି ଏବଂ ଗୋ ମାତାଙ୍କ ସେବା ସମ୍ପର୍କରେ କଥା ବାଚକ ସାରଡ଼ା ବନ୍ଧୁ ବ୍ୟାଖ୍ୟା କରିଥିଲେ।

ଉତ୍ସବରେ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଏବଂ ଟ୍ରଷ୍ଟର ମୁଖପାତ୍ର ତଥା ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ଉପସ୍ଥିତ ଥିଲେ।