Odiapua.com

ରାଷ୍ଟ୍ରୀୟ ରାମାୟଣ ମହୋତ୍ସବର ପଞ୍ଚମ ଦିବସରେ ଅଯୋଧ୍ୟା କାଣ୍ଡ ବ୍ୟାଖ୍ୟା

ପୁରୀ ୧୦/୦୧ (ଓଡ଼ିଆ ପୁଅ) ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଶାରଦା ଦେବୀ ରୋଡ଼ ସ୍ଥିତ ଶାରଦା ଗାର୍ଡେନ ପରିସରରେ ନବ ଦିନାତ୍ମକ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବର ପଞ୍ଚମ ଦିବସ ଅବସରରେ ତେଲେଙ୍ଗାନା ରାଜ୍ୟର ନିଜାମବାଦର ଅନ୍ତରାଷ୍ଟ୍ରୀୟ ରାମକଥା ବାଚକ ବ୍ୟାସ ସୁରେଶ ସାରଡ଼ା, ଶରତ ସାରଡ଼ା ରାମାୟଣ ପାଠ କରିବା ସହିତ ଅଯୋଧ୍ୟା କାଣ୍ଡ ବ୍ୟାଖ୍ୟା କରିଥିଲେ। ଅଯୋଧ୍ୟା କାଣ୍ଡର ବିଷୟ ବସ୍ତୁ ଥିଲା

-ସୁମନ୍ତ ଅଯୋଧ୍ୟା ଫେରିବା ଓ ସର୍ବତ୍ର ଶୋକ ଦେଖିବା,

-ଦଶରଥ -ସୁମନ୍ତ ସମ୍ବାଦ ଓ ଦଶରଥ ମୃତ୍ୟୁ,

-ମୁନି ବଶିଷ୍ଠ ଭାରତଙ୍କୁ ଡାକିବା ପାଇଁ ଦୂତ ପଠାଇବା,

-ଶ୍ରୀ ଭରତ ଓ ଶତ୍ରୁଘ୍ନ ଆଗମନ ଓ ଶୋକ,

-ଭରତ -କୌଶଲ୍ୟା ସମ୍ବାଦ ଏବଂ ଦଶରଥଙ୍କ ଶେଷକୃତ୍ୟ,

-ବଶିଷ୍ଠ – ଭରତ ସମ୍ବାଦ, ଶ୍ରୀରାମ ଜୀଙ୍କୁ ବନବାସ ରୁ ଫେରାଇ ଆଣିବା ପାଇଁ ପ୍ରୟାସ,

-ଅଯୋଧ୍ୟାବାସୀ ଙ୍କ ସହିତ ଶ୍ରୀ ଭରତ ଓ ଶତ୍ରୁଘ୍ନ ଙ୍କ ବନଗମନ,

-ନିଷାଦଙ୍କ ଶଙ୍କା ଓ ସାବଧାନି,

-ଭରତ -ନିଷାଦ ମିଳନ ଏବଂ ସମ୍ବାଦ, ଭରତ ଜୀ ଓ ନଗରବାସୀଙ୍କ ପ୍ରେମ,

-ଭରତଜୀ ପ୍ରୟାଗ ଗ୍ରସ୍ତ ଓ ଭରତ ଓ ଭରଦ୍ୱାଜ ସମ୍ବାଦ,

-ଭରଦ୍ୱାଜଙ୍କ ଦ୍ୱାରା ଭରତଙ୍କୁ ସତ୍କାର,

-ଇନ୍ଦ୍ର -ବୃହସ୍ପତି ସମ୍ବାଦ,

-ଶ୍ରୀ ଭରତ ଜୀ ଚିତ୍ରକୂଟ ଯିବା ରାସ୍ତାରେ,

ବନ ଗମନ ପ୍ରସଙ୍ଗ ବ୍ୟାଖ୍ୟା କରିଥିଲେ।

ଏହି ମହୋତ୍ସବରେ ଟ୍ରଷ୍ଟ ର ପ୍ରତିଷ୍ଠାତା ତଥା ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଜୀ ମହାରାଜ ସଭାପତିତ୍ବ କରିଥିଲେ।

ଟ୍ରଷ୍ଟର ସଂଯୋଜକ ରଞ୍ଜିତା ପାଢ଼ୀଙ୍କ ପ୍ରତ୍ୟେକ୍ଷ ସଂଯୋଜନାରେ ଅନୁଷ୍ଠିତ ମହୋତ୍ସବ କୁ ସାମ୍ବାଦିକ ତଥା ଟ୍ରଷ୍ଟର ମୁଖ୍ୟ ପ୍ରବକ୍ତା ବିଷ୍ଣୁଦତ୍ତ ଦାସ ମହୋତ୍ସବ ପରିଚାଳନା କରିଥିଲେ।