Odiapua.com

ରାଷ୍ଟ୍ରୀୟ ରାମାୟଣ ମହୋତ୍ସବର ଦ୍ଵିତୀୟ ଦିବସରେ ଶ୍ରୀରାମଙ୍କ ଭକ୍ତିରେ ଝୁମିଲେ ବିଦେଶୀ ଶ୍ରଦ୍ଧାଳୁ

ପୁରୀ, ୦୯/୦୧ (ଓଡ଼ିଆ ପୁଅ) ଶାରଦା ଦେବୀ ରୋଡ଼ ସ୍ଥିତ ଶାରଦା ଗାର୍ଡେନ ପରିସରରେ ଚାଲିଥିବା ନବ ଦିନାତ୍ମକ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବର ଦ୍ଵିତୀୟ ଦିବସରେ ମହାପ୍ରଭୁ ଶ୍ରୀରାମଙ୍କ ଜନ୍ମଉତ୍ସବ ପାଳନ କରାଯାଇଥିଲା। ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ଉତ୍ତରାଖଣ୍ଡ ଋଷିକେଶ କ୍ରିୟା ଯୋଗ ଆଶ୍ରମର ମୁଖ୍ୟ ଶ୍ରୀ ଶ୍ରୀ ଶଙ୍କରାନନ୍ଦ ଗିରି ଜୀ ମହାରାଜ ମୁଖ୍ୟ ଅତିଥି ରୂପେ ଯୋଗଦେଇ ନିଜ ବକ୍ତବ୍ୟରେ କହିଥିଲେ ମନୁଷ୍ୟ ଶରୀର ମଧ୍ୟରେ ଅନେକ ଅସୁର ଅଛନ୍ତି ଏହାକୁ ଦମନ କରିବା ପାଇଁ ପ୍ରଭୁ ଶ୍ରୀରାମ ଙ୍କ ଗୁଣ ଜାଗ୍ରତ କରିବା ଆବଶ୍ୟକ।ପ୍ରତ୍ୟେକଙ୍କ ପାଖରେ ପଞ୍ଚ ଜ୍ଞାନେନ୍ଦ୍ର ଓ ପଞ୍ଚ କର୍ମ ଇନ୍ଦ୍ରିୟ ଅଛନ୍ତି ଏହାକୁ ସତ ମାର୍ଗରେ ପ୍ରୟୋଗ କରି ଜୀବନ ସାର୍ଥକ କରନ୍ତୁ।

ମହୋତ୍ସବର ମାର୍ଗଦର୍ଶକ ତଥା ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ରଜତ କୁମାର ପ୍ରତିହାରୀ ଅତିଥିଙ୍କୁ ସ୍ୱାଗତ କରିଥିବା ବେଳେ ଟ୍ରଷ୍ଟ ର ପ୍ରତିଷ୍ଠାତା ତଥା ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଜୀ ମହାରାଜ ସଭାପତିତ୍ବ କରିଥିଲେ।ଟ୍ରଷ୍ଟ ତରଫରୁ ଶ୍ରୀ ଶ୍ରୀ ଶଙ୍କରାନନ୍ଦ ଗିରି ଜୀ ମହାରାଜଙ୍କୁ ବେଦ ମନ୍ତ୍ର ମାଧ୍ୟମରେ ବୈଦିକ ବ୍ରାହ୍ମଣ ମାନେ ସଂମ୍ମାନିତ କରିଥିଲେ।

ତେଲେଙ୍ଗାନା ର ଅନ୍ତରାଷ୍ଟ୍ରୀୟ ରାମକଥା ବାଚକ ବ୍ୟାସ ସୁରେଶ ସାରଡ଼ା, ଶରତ ସାରଡ଼ା ରାମାୟଣ ପାଠ କରିଥିଲେ।ଟ୍ରଷ୍ଟର ସଂଯୋଜକ ରଞ୍ଜିତା ପାଢ଼ୀଙ୍କ ପ୍ରତ୍ୟେକ ସଂଯୋଜନାରେ ଅନୁଷ୍ଠିତ ମହୋତ୍ସବ କୁ ସାମ୍ବାଦିକ ତଥା ଟ୍ରଷ୍ଟର ମୁଖ୍ୟ ପ୍ରବକ୍ତା ବିଷ୍ଣୁଦତ୍ତ ଦାସ ମହୋତ୍ସବ ପରିଚାଳନା କରିଥିଲେ। ଉତ୍ସବ ସ୍ଥଳରେ ରସିଆ ଓ ଇଟାଲୀ ର ଶ୍ରଦ୍ଧାଳୁ ନୃତ୍ୟ ପ୍ରଦର୍ଶନ କରିଥିଵା ବେଳେ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ମଧୁସୂଦନ ସିଂହାରୀ, ପଣ୍ଡିତ ସୌମ୍ୟ ରଞ୍ଜନ ଆଚାର୍ଯ୍ୟ, ବ୍ରିଜ ମୋହନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।