Odiapua.com

ରାଷ୍ଟ୍ରୀୟ ରାମାୟଣ ମହୋତ୍ସବର ଚତୁର୍ଥ ଦିବସ

ପୁରୀ, ୧୧/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଶ୍ରୀରାମ ସୁନ୍ଦରାକାଣ୍ଡ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ବ୍ରହ୍ମଗିରି ରୋଡ଼ ଆଳିପଡ଼ା ଗ୍ରାମଠାରେ ଥିବା ଗୋବିନ୍ଦ ଗୋଧାମ ଗୋଶାଳା ପରିସରରେ ଆରମ୍ଭ ହୋଇଥିବା ନବ ଦିନାତ୍ମକ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବର ଚତୁର୍ଥ ଦିବସରେ ତେଲେଙ୍ଗାନାର ଅନ୍ତରାଷ୍ଟ୍ରୀୟ ରାମକଥା ବାଚକ ବ୍ୟାସ ସୁରେଶ ସାରଳା, ସରତ ଶାରଳା ମିଳିତ ଭାବେ ଅଯୋଧ୍ୟା କାଣ୍ଡ ପାଠ କରିବା ସହିତ ବିଷୟ ବସ୍ତୁ ବୁଝାଇଥିଲେ। ପୁରୀ ପୌରପାଳିକାର ପ୍ରକ୍ତନ ନଗରପାଳ ସୁରେନ୍ଦ୍ରନାଥ ଦାସ ଯୋଗ ଦେଇ କହିଲେ ଯେ, ପୁରୀରେ ଏଭଳି ଏକ ଉନ୍ନତମାନର ଗୋଶାଳା ଥିବାରୁ ସେ ନିଜର ଖୁସି ପ୍ରକାଶ କରିଥିଲେ। ଗୋମାତାଙ୍କ ରକ୍ଷା ଓ ସୁରକ୍ଷା ହେଲେ ହିଁ ହିନ୍ଦୁ ଧର୍ମ ରକ୍ଷା ହେବ। ସେଥିପାଇଁ ସମସ୍ତେ ଏକଜୁଟ ହେବା ଆବଶ୍ୟକ। ସମସ୍ତେ ସକଂଳ୍ପ କରି ପ୍ରତି ଘରେ ଗୋମାତାଙ୍କୁ ପାଳନ କଲେ ହିଁ ଆଗାମୀ ଦିନରେ ବିଶ୍ୱର ମଙ୍ଗଳ ହେବା ସହିତ ସମସ୍ତେ ଉନ୍ନତମାନର କ୍ଷୀରୀ, ଘିଅ, ଦହି ପାଇପାରିବେ। ଯାହାକି ସ୍ୱାସ୍ଥ୍ୟ ସମସ୍ୟା ଦୂର କରିପାରିବେ। ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସମ୍ପାଦକ ବିଷ୍ଣୁଚରଣ ପଣ୍ଡାଜୀ ମହାରାଜଙ୍କ ସଭାପତିତ୍ୱରେ ଏହି ସଭା ଅନୁଷ୍ଠିତ ହୋଇଥିଲା। ବାଙ୍ଗାଲୋରର ନାରାୟଣ ମହାଦେବାନଜୀ, ଆନ୍ଧ୍ରପ୍ରଦେଶର ବ୍ରହ୍ମଋଷି, ଶ୍ରୀଅଗ୍ନି ଗୋଶାଳା ମହନ୍ତ କୃଷ୍ଣ ଚନ୍ଦ୍ର ଦାସଜୀ ମହାରାଜ, ସଂଧ୍ୟାରାଣୀ ପ୍ରତିହାରୀ, ରାଜଲକ୍ଷ୍ମୀ ପ୍ରତୀହାରୀ, ଲକ୍ଷ୍ମୀପ୍ରିୟା ପଣ୍ଡା, କାର୍ତ୍ତିକ ପଣ୍ଡା. ଟିକି ମହାନ୍ତି, ଶୌଳବାଳା ମହାନ୍ତି, ଗଣେଶ୍ୱର ପଣ୍ଡା, ପିତାମ୍ବର ପଣ୍ଡା, ଅର୍ଚ୍ଚିତା ମହାନ୍ତି ପ୍ରମୁଖ ସହୋଯୋଗ କରିଥିଲେ। ଉତ୍ସବ ଶେଷରେ ଅର୍ଚ୍ଚିତା ମହାନ୍ତି ଓ ଘନଶ୍ୟାମ ବେହେରା ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ।