Odiapua.com

ରାଷ୍ଟ୍ରିୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ବିଭିନ୍ନ ଦାବିନେଇ ସ୍ମାରକପତ୍ର ପ୍ରଦାନ

ମାଲକାନଗିରି,୨୪ା୬ (ଓଡିଆ ପୁଅ ) ରାଷ୍ଟ୍ରିୟ ଆଦିବାସୀ ଏକତା ପରିଷଦ ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ବିଭିନ୍ନ ଦାବିନେଇ ମାଲକାନଗିରି ଜିଲ୍ଲାପାଳ ଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି ସ୍ମାରକପତ୍ରରେ କରୋନା ମହାମାରି ସମୟରେ ଗରିବ ଆଦିବାସୀ ଲୋକମାନେ ବହୁତ ଦୁଃଖକଷ୍ଟରେ ରହୁଛନ୍ତି ସେମାନଙ୍କୁ ସରକାରି ସହୟାତା ଯୋଗାଇ ଦେବା, ଜମି,ଜଳ,ଜଙ୍ଗଲ ଆଦିବାସୀ ଙ୍କ ବଚିଂବାର ଅଧିକାର,ସହତି ଭୁମିହିନଙ୍କୁ ଜମିପଟା ବଟଂନ ବିଭିନ୍ନ ଦାବି ଉପସ୍ଥାପନା କରାଯାଇଛି ।ଜିଲ୍ଲା ରାଷ୍ଟ୍ରିୟ ଆଦିବାସୀ ଏକତା ପରିଷଦର ସଦସ୍ୟ ଘେନୁମୁଦୁଲିଙ୍କ ନେତୃତ୍ୱରେ ଅନ୍ୟାନ ସଦସ୍ୟ ମାନେ ମାଲକା ନଗରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏହି ସ୍ମାରକ ପତ୍ର ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନଙ୍କୁ ପ୍ରଦାନ କରିଛନ୍ତି ।