Odiapua.com

ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣକୁ ବାମପନ୍ଥୀଙ୍କ ପ୍ରତିବାଦ

ଭଦ୍ରକ, ୨୦-୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -କେନ୍ଦ୍ର ସରକାର ରେଳବାଇ, ବ୍ୟାଙ୍କ, ବୀମା କମ୍ପାନୀ, ହାୱାଇ ଜାହାଜ ଭଳି ବହୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ଘରୋଇ କରଣ କରି ପୁଞ୍ଜିପତିଙ୍କ ହାତକୁ ଟେକି ଦେବା ନିଷ୍ପତିକୁ ବାମପନ୍ଥୀ ଦଳ ଗୁଡିକ ପକ୍ଷରୁ ବିରୋଧ କରାଯାଇଛି। ଏ ନେଇ ଆଜି ବିଭିନ୍ନ କେନ୍ଦ୍ରୀୟ ଟ୍ରେଡ ୟୁନିୟନର କର୍ମକର୍ତ୍ତାମାନେ ଆଜି ଦେଶବାପୀ ପ୍ରତିବାଦ ଆନ୍ଦୋଳନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଭଦ୍ରକର ସିଟୁ ପକ୍ଷରୁ ମଧ୍ୟ ଆନ୍ଦୋଳନ କରାଯାଇଛି। ଅସଂଗଠିତ ଶ୍ରମିକମାନେ ଶ୍ରମିକ ନେତା ଦିବ୍ୟସିଂହ ନାୟକଙ୍କ ନେତୃତ୍ୱରେ ସେକ ସତ୍ତାରୁଦ୍ଦିନ, କାଳିନ୍ଦୀ ପାତ୍ର, ନବ ବେହେରା, ଜଗନ୍ନାଥ ରାଉତ ପ୍ରମୁଖ ବିକ୍ଷୋଭ ପ୍ରଦର୍ଶନ କରି ପ୍ରତିବାଦ ସଭା କରିଥିଲେ।