Odiapua.com

ରାଷ୍ଟ୍ରଭକ୍ତ ସଦାନନ୍ଦଜୀଙ୍କ ଶ୍ରାଦ୍ଧବାର୍ଷିକୀ

ବାଲେଶ୍ୱର, ୨୭ା୭ (ଓଡ଼ିଆ ପୁଅ/ଅଭୟ ଦାସ): ସଦାନନ୍ଦ ଜୀ ଏଜୁକେସନାଲ ଫାଉଣ୍ଡେସନ ପକ୍ଷରୁ ବିଶିଷ୍ଟ ସମାସେବୀ ତଥା ରାଷ୍ଟ୍ରଭକ୍ତ ସଦାନନ୍ଦ ଜୀଙ୍କ ୧୧ତମ ଶ୍ରାଦ୍ଧବାର୍ଷିକୀ ସ୍ଥାନୀୟ ପୂର୍ଣ୍ଣଚନ୍ଦ୍ର ବିବେକାନନ୍ଦ ଶିଶୁ ମନ୍ଦିରରେ ଆଜି ପାଳିତ ହୋଇଯାଇଛି। କୋଭିଡି ନିୟମ ଅନୁସରଣ ପୂର୍ବକ ଆୟୋଜିତ କାର୍ଯ୍ୟକ୍ରମରେ ଫାଉଣ୍ଡେସର ସଭାପତି ତପନ କୁମାର ପତି ଅଧ୍ୟକ୍ଷତା କରିବା ସହିତ ସଂସ୍କାରଯୁକ୍ତ ସମାଜ ପ୍ରତିଷ୍ଠାରେ ସଦାନନ୍ଦ ଜୀଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ପାଦକ ଯୋଗେନ୍ଦ୍ର ଦାଶଙ୍କ ସମେତ ସୂରଜ ବାରିକ, ଜ୍ୟୋତିପ୍ରକାଶ ଦାଶ, ମନ୍ମଥ ବାଗ, ଶରତ ପଟ୍ଟନାୟକ, ଗୟାଧର କର, ବେଦପ୍ରିୟ ବେହେରା ପ୍ରମୁଖ ଏଥିରେ ଯୋଗଦେଇ ସଦାନନ୍ଦ ଜୀଙ୍କ ଜୀବନାଦର୍ଶ ଓ ସମାଜସେବାମୂଳକ କାର୍ଯ୍ୟଧାରା ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। ତାଙ୍କର ଆଦର୍ଶ ବାଲେଶ୍ୱରବାସୀଙ୍କୁ ସର୍ବଦା ଉଦବୁଧ କରୁଥିବ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ପ୍ରାରମ୍ଭରେ ତାଙ୍କର ଫଟୋଚିତ୍ରରେ ପୁଷ୍ପ ଅର୍ପଣ ପୂର୍ବକ ଦୁଇମିନିଟ୍ ନିରବ ପ୍ରାର୍ଥନା ସହ ସଦାନନ୍ଦଜୀଙ୍କ ଅମର ଆତ୍ମା ପ୍ରତି ସାମୂହିକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।