Odiapua.com

ରାଷ୍ଟ୍ରପତି ଦ୍ରୋପର୍ଦୀ ମୁର୍ମୁଙ୍କ ପୁରୀ ଗସ୍ତକୁ ନେଇ ପୁରୀ ତାଳବଣିଆ ହେଲିପ୍ୟାଡରେ ବାୟୁସେନାର ହେଲିକ୍ୟାପ୍ଟର ଅବତରଣ ସ୍ଥିତିକୁ ନେଇ ଅନୁଧ୍ୟାନ

ପୁରୀ ୯-୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ରାଷ୍ଟ୍ରପତି ଦ୍ରୋପର୍ଦୀ ମୁର୍ମୁଙ୍କ ପୁରୀ ଗସ୍ତକୁ ନେଇ ପୁରୀ ତାଳବଣିଆ ହେଲିପ୍ୟାଡରେ ବାୟୁସେନାର ସ୍ୱତନ୍ତ୍ର ୫ ଜଣିଆ ଅଧିକାରୀ ପହଞ୍ଚି ହେଲିକ୍ୟାପ୍ଟର ଅବତରଣ ସ୍ଥିତି ନେଇ ଅନୁଧ୍ୟାନ କରିଛନ୍ତି। ଏଥି ସହିତ ତାଳବଣିଆ ହେଲିପ୍ୟାଡର ସ୍ଥିତି ସମୀକ୍ଷା କରିଛନ୍ତି। ହେଲି କ୍ୟାପ୍ଟର ଅବତରଣ ନେଇ ଅନେକ ବୈଷୟିକ ଦିଗ କୁ ନେଇ ଜାଞ୍ଜ କରିଛନ୍ତି। ପୁରୀ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ଆସନ୍ତା ୧୦ ତାରିଖରେ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ଦେଶର ପ୍ରଥମ ନାଗରିକ ତଥା ମହାମହୀମ ରାଷ୍ଟ୍ରପତି ଦ୍ରୋପର୍ଦୀ ମୁର୍ମୁ। ଏଥିପାଇଁ ପୁରୀରେ କଡ଼ା ନିରାପତ୍ତା ବ୍ୟବସ୍ଥା ହୋଇଛି।