Odiapua.com

ରାଷ୍ଟ୍ରପତିଙ୍କ ସହ ବିଦେଶ ଗସ୍ତ କରିବେ ପ୍ରତାପ

ଭୁବନେଶ୍ୱର,୨୮/୭,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):  ରାଷ୍ଟ୍ରପତିଙ୍କ ସହ ବିଦେଶ ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ଏହି ଗସ୍ତ ସମୟରେ ରାଷ୍ଟ୍ରପତି ଆଫ୍ରିକାର ଜିନିଆ, ଗାମ୍ୱିଆ ଓ ବେନିନ ଯିବାର କାର୍ଯ୍ୟକ୍ରମ ରହିଛି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଆଠ ଦିନିଆ ବିଦେଶ ଗସ୍ତରେ ପଶ୍ଚିମବଙ୍ଗର ସାଂସଦ ଦିଲୀପ ଘୋଷ ମଧ୍ୟ ଯିବେ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ,ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ଅଭିଭାଷଣ ଦେଇ ପ୍ରତାପ ଷଡ଼ଙ୍ଗୀ ସାରାଦେଶ ତଥା ବିଦେଶରେ ଚର୍ଚ୍ଚିତ ହୋଇଥିଲେ। ଧନ୍ୟବାଦ ଅଭିଭାଷଣ ରଖିବା ଅବସରରେ ସେ ଲୋକସଭାରେ ହିନ୍ଦୀ, ଇଂରାଜୀ, ଓଡ଼ିଆ, ବଙ୍ଗଳା ଏବଂ ସଂସ୍କୃତ  ପ୍ରମୁଖ ୫ଟି ଭାଷାରେ ନିଜ ଅଭିଭାଷଣ ରଖିଥିଲେ। ରାଷ୍ଟ୍ରପତିଙ୍କ ଏହି ଗସ୍ତ ଦ୍ୱାରା ଆଫ୍ରିକା ଓ ଭାରତ ମଧ୍ୟରେ ଥିବା ସମ୍ପର୍କ ଆହୁରି ଦୃଢ଼ ହେବ ବୋଲି କୁହାଯାଉଛି।