ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ତିହିଡ଼ି ଥାନା ଦୋଳସାହି ପଂଚାୟତ ଅଧୀନ ହଳଧର ବିନ୍ଧା ଗ୍ରାମର ରାଷ୍ଟ୍ରପତିଙ୍କ ମିଡିଆ ପ୍ରମୁଖ ସଚିବ ବିଜୟ ନାୟକଙ୍କ ଘରେ ରହୁଥିବା ଭଡ଼ାଟିଆଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ସଚିବ ବିଜୟ ନାୟକଙ୍କ ପରିବାର ପକ୍ଷରୁ ଦିବାକର ନାୟକ ଏତଲା ଦେବା ପରେ ପୁଲିସ ୫୫୩/୨୪ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି। ଭଦ୍ରକରୁ ସାଇଂଟିଫିକ୍ ଟିମ୍ ଆସି ଅନୁଧ୍ୟାନ କରି ଫେରିଥିବା ଜଣାପଡ଼ିଛି। ଅଭିଯୋଗରୁ ପ୍ରକାଶ ଯେ, ଶନିବାର ରାତିରେ ଘର ଭଡ଼ା ନେଇ ରହୁଥିବା ବ୍ୟକ୍ତି ଘରେ ନଥିଲେ। ଏହାର ସୁଯୋଗ ନେଇ ଦୁର୍ବୁତ ମାନେ ଘର ତାଲା ଓ ଝରକା ଗ୍ରୀଲ ଭାଙ୍ଗି ଘରେ ପଶି ଏଲଇଡି ଟିଭି, ଇନ୍ଭର୍ଟର ବ୍ୟାଟ୍ରି ନେଇଯାଇଥିବା ବେଳେ ଅଲମୀରା ଭାଙ୍ଗି ସୁନା ଅଳଙ୍କାର ଓ ନଗଦ ୨୦ହଜାର ଟଙ୍କା ଚୋରି କରି ନେଇଥିବା ଅଭିଯୋଗରେ ଦର୍ଶଯାଇଛି। ତିହିଡ଼ି ଥାନା ଆଇଆଇସି ପ୍ରସନ୍ନ କୁମାର ନାୟକ ସଦଳ ବଳେ ଘଟଣା ସ୍ଥଳରେ ପହଂଚି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଚଳାଇଛନ୍ତି।