Odiapua.com

ରାଷ୍ଟ୍ରପତିଙ୍କୁ ଭେଟିଲେ ବିଶ୍ୱାବସୁ ଫାଉଣ୍ଡେସନ୍

ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ମାର୍ଚ୍ଚ ମାସରେ ଖଣ୍ଡପଡା ଆସି ପ୍ରଭୁ ଶ୍ରୀନିଳମାଧବ କ୍ଷେତ୍ର କଂଟିଲୋ ଏବଂ ଶବର ରାଜା ବିଶ୍ୱାବସୁଙ୍କ ଗାଁ କାଳିଆପଲ୍ଲୀ ପରିଦର୍ଶନ କରି ଫେରିଥିଲେ । ମଙ୍ଗଳବାର ଭାରତୀୟ ବିଶ୍ୱାବସୁ ଶବର ସମାଜ ଫାଉଣ୍ଡେସନ୍‌ର ଏକ ପ୍ରତିନିଧି ଦଳ ଦିଲ୍ଲୀରେ ମହାମହିମ ରାଷ୍ଟ୍ରପତିଙ୍କୁ ଭେଟି ଭୂମି କନ୍ୟା ଲଳିତା ଉପାଧି ସମ୍ମାନ ସୂଚକ ଫଳକ ଓ ଉପଢୌକନ ପ୍ରଦାନ କରିଥିଲେ । ଏହି ପ୍ରତିନିଧି ଦଳରେ ଫାଉଣ୍ଡେସନ୍‌ର ସଦସ୍ୟା ତଥା ଭଦ୍ରକ ବିଜେପି ପୂର୍ବତନ ସାଧାରଣ ସମ୍ପାଦିକା ନାରୀନେତ୍ରୀ ରିତାରାଣୀ ବେହେରା ସାମିଲ୍ ଥିଲେ । ରାଷ୍ଟ୍ରପତିଙ୍କ ସହ ଆଲୋଚନା ବେଳେ କଂଟିଲୋ ନିଳମାଧବ ମନ୍ଦିରର ସୌନ୍ଦର୍ଯ୍ୟକରଣ ସହ ବିଶ୍ୱାବସୁଙ୍କ ଜନ୍ମସ୍ଥାନ କାଳିଆପଲ୍ଲୀ ଗାଁ ର ବିକାଶ ଲାଗି ଆଲୋଚନା କରାଯିବା ସହ ବିଶ୍ୱାବସୁଙ୍କ ନାମରେ କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବୀ କରା ଯାଇଥିଲା । ହୃଷିକେଷ ଦେହୁରୀଙ୍କ ନେତୃତ୍ୱରେ ଏହି ଦଳର ପ୍ରତିଷ୍ଠାତା ବଂଶୀଧର ଦେହୁରୀ,ରବିନ୍ଦ୍ର ସୋରେନ୍‌, ରତ୍ନାକର ଦେହୁରୀ, ବିଦ୍ୟାଧର ବେହେରା,ଦିନେଶ ଚନ୍ଦ୍ର ରାୟ, ସଙ୍ଗୀତା ରାଉତ, ବିରଂଚି ମଲ୍ଲିକ,ଓମ୍‌ସାଇ ସ୍ୱରୁପ, ଗୁନିଆ ବେହେରା,ରଙ୍କନିଧି ଦେହୁରୀ, ଠାକୁର ମହାନ୍ତ, କାହ୍ନୁଚରଣ ସାମଲ, ମଦନମୋହନ ସାମଲ ପ୍ରମୁଖ ମହାମହିମକୁ ଭେଟିଥିଲେ ।