Odiapua.com

ରାମ ମନ୍ଦିର ଶିଳାନ୍ୟାସ ଦେଶବାସୀ ସମର୍ଥନ କରନ୍ତୁ କିନ୍ତୁ ରାଜନୀତି ଉଦ୍ଦେଶ୍ୟ ଠିକ୍ ନୁହେଁ

ଭୁବନେଶ୍ୱର ତା ୫-୮- କଂଗ୍ରେସର ବରିଷ୍ଠ ଆଡଭୋକେଟ ଶିବାନନ୍ଦ ରାୟ ଏକ ପ୍ରେସ୍‌ବିଜ୍ଞପ୍ତିରେ ଜଣାଇଛନ୍ତି ଯେ ରାମମନ୍ଦିର ଶିଳାନ୍ୟାସ ଓ ରାମ ମନ୍ଦିର ନିର୍ମାଣ ଦେଶର ଭକ୍ତମାନେ ସ୍ୱାଗତ କରିଛନ୍ତି କୌଣସି ରାଜନୈତିକ ଉଦ୍ଦେଶ୍ୟ ନଥାଇ।

ପ୍ରକାଶଥାଉକି ମହାତ୍ମା ଗାନ୍ଧୀ ପ୍ରତ୍ୟେକ ଦିନ ଗୀତା ପଢ଼ିଥାନ୍ତି ଓ ରାମ ନାମ ଜପିଥାନ୍ତି। ମହାତ୍ମା ଗାନ୍ଧି କସ୍ମିନ୍‌କାଳେ ରାଜନୀତି ଉଦ୍ଦେଶ୍ୟରେ କୌଣସି ଧର୍ମକୁ ବ୍ୟବହାର କରିନାହାନ୍ତି। ରାମ ମନ୍ଦିର ନିର୍ମାଣ ଉଦ୍ଦେଶ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରସିଂହ ରାଓ ଓ ରାଜୀବ ଗାନ୍ଧୀ ସଂପୂର୍ଣ୍ଣ ସମର୍ଥନ କରିଥିଲେ। କିନ୍ତୁ ତାକୁ ଦଳୀୟ କାର୍ଯ୍ୟକ୍ରମରେ ବ୍ୟବହାର କରିନଥିଲେ। ସବୁଠାରୁ ବଡ଼ କଥା ବର୍ତ୍ତମାନ ସରକାର ଦଳୀୟ କାର୍ଯ୍ୟକ୍ରମ ହିସାବରେ ରାମ ମନ୍ଦିର ଶିଳାନ୍ୟାସ କରିବା ଉଚିତ୍ ନୁହେଁ। ବିରୋଧି ଦଳ ମାନଙ୍କୁ ନିମନ୍ତ୍ରଣ ନକରିବା ଏବଂ ବିଜେପି କାର୍ଯ୍ୟକ୍ରମରେ ଏହାର ଶିଳାନ୍ୟାସ କରିବା ନିନ୍ଦନିୟ।