Odiapua.com

ରାମ ମନ୍ଦିର ରାୟ ବିରୁଦ୍ଧରେ ଦାୟର ସମସ୍ତ ୧୮ ରିଭ୍ୟୁ ପିଟିସନ ସୁପ୍ରୀମ କୋର୍ଟରେ ଖାରଜ

ନୂଆଦିଲ୍ଲୀ ୧୨-୧୨ (ଓଡ଼ିଆ ପୁଅ) ସୁପ୍ରୀମ କୋର୍ଟ ଅଯୋଧ୍ୟା ସ୍ଥିତ ରାମନ୍ମଭୂମି-ବାବରୀ ମସ୍ଜିଦ ବିବାଦରେ ଦାୟର କରାଯାଇଥିବା ୧୮ଟି ରିଭ୍ୟୁ ପିଟିଶନକୁ ଖାରଜ କରି ଦେଇଛନ୍ତି। ଗୁରୁବାରଦିନ ପାଞ୍ଚଜଣ ବିଚାରପତିଙ୍କର ଖଣ୍ଡପୀଠ ଶୁଣାଣି କରିଥିଲେ। ଏହି ଖଣ୍ଡପୀଠରେ ଚିଫ ଜଷ୍ଟିସ୍ ଅଫ ଇଣ୍ଡିଆ (CJI) ଏସ ଏ ବୋବଡେଙ୍କର ଅଧ୍ୟକ୍ଷତାରେ ଜଷ୍ଟିସ୍ ଧନଞ୍ଜୟ ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଅଶୋକ ଭୂଷଣ, ଜଷ୍ଟିସ୍ ଏସ ଅବ୍ଦୁଲ ନଜୀର ଏବଂ ଜଷ୍ଟିସ୍ ସଂଜୀବ ଖନ୍ନା ସାମିଲ ଥିଲେ। ପୂର୍ବରୁ ଏହି ବେଞ୍ଚରେ ଜଷ୍ଟିସ୍ ରଞ୍ଜନ ଗୋଗୋଇ ମଧ୍ୟ ଥିଲେ, କିନ୍ତୁ ତାଙ୍କର ରିଟାୟର୍ମେଣ୍ଟ ପରେ ତାଙ୍କ ଜାଗାରେ ଜଷ୍ଟିସ୍ ସଂଜୀବ ଖନ୍ନାଙ୍କୁ ସାମିଲ କରାଯାଇଥିଲା।

ଏହି ମାମଲାରେ ସବୁଠାରୁ ପ୍ରଥମେ ୨ ଡିସେମ୍ବରରେ ପ୍ରଥମ ପୁନର୍ଵିଚାର ଯାଚିକା ମୂଳବାଦୀ ଏମ ସିଦି୍ଦକୀ ଙ୍କର ଆଇନଗତ ଉତ୍ତରାଧିକାରୀ ମୌଲାନା ସୈୟଦ ଅଶହଦ ରଶିଦୀ ଦାୟର କରିଥିଲେ। ତା’ ପରେ, ଛଅ ଡିସେମ୍ବରରେ ମୌଲାନା ମୁଫ୍ତି ହସବୁଲ୍ଲା, ମୋହମ୍ମଦ ଉମର, ମୌଲାନା ମହଫୁଜୁର ରହମାନ, ହାଜୀ ମହବୁବ ଏବଂ ମିସବାହୁଦ୍ଦୀନ ଦାୟର କରିଥିଲେ। ଏହି ସମସ୍ତ ପୁନର୍ଵିଚାର ଯାଚିକାକୁ ଅଲ ଇଣ୍ଡିଆ ମୁସ୍ଲିମ ପର୍ସନାଲ ଲ ବୋର୍ଡର ସମର୍ଥନ ପ୍ରାପ୍ତ ଥିଲା। ତା’ ପରେ ୯ ଡିସେମ୍ବର ଦିନ ଦୁଇଟି ପୁନର୍ଵିଚାର ଯାଚିକା ଦାୟର କରାଯାଇଥିଲା।