Odiapua.com

ରାମ ମନ୍ଦିର ପାଇଁ ୫୧,୦୦୦ ଟଙ୍କା ଦାନ କଲେ ସିୟା ୱାକଫ ବୋର୍ଡ ଚେୟାରମ୍ୟାନ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ସିୟା ୱାକଫ ବୋର୍ଡ ଚେୟାରମ୍ୟାନ ବସିମ ରିଜ୍ଜବୀ କହିଛନ୍ତି ଭଗବାନ ରାମ ସମସ୍ତଙ୍କର।ରାମ ମୁସଲମାନ ମାନଙ୍କର ମଧ୍ୟ ପୂର୍ବଜ ଅଟନ୍ତି।ସେଥିପାଇଁ ସେ ଅଯୋଧ୍ୟାର ରାମ ଜନ୍ମଭୂମି ସ୍ଥଳରେ ହେବାକୁ ଥିବା ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ୫୧ ହଜାର ଟଙ୍କା ଦାନ କରିଛନ୍ତି।ସୂଚନାଯୋଗ୍ୟ ଯେ ଅଯୋଧ୍ୟା ବିବାଦ ମାମଲାର ସୁପ୍ରିମକୋର୍ଟଙ୍କ ଦ୍ୱାରା ରାୟ ପ୍ରକାଶ ପରେ ସବୁଠୁ ଭଲ ରାୟ ବୋଲି କହିଥିଲେ ବସିମ ରିଜ୍ଜବୀ।-ଦେବଦତ୍ତ ରଥ