Odiapua.com

ରାମ ନାରାୟଣ ରାୟଙ୍କୁ ଓୟୁଜେ ସମ୍ମାନ

ଭଦ୍ରକ, ୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଗରପଡାର ଗାନ୍ଧୀ ବର୍ଷିୟାନ ସାମ୍ବାଦିକ ରାମ ନାରାୟଣ ରାୟଙ୍କୁ ରାଜ୍ୟ ସ୍ତରୀୟ ଓଡିଶା ୟୁନିୟନ ଅଫ୍ ଜର୍ନାଲିଷ୍ଟ ସମ୍ମାନ ପ୍ରଦାନ କରାଯାଇଛି । ଭଦ୍ରକରେ ଓୟୁଜେ ପକ୍ଷରୁ ରାଜ୍ୟ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ୪ ଶହରୁ ଉର୍ଦ୍ଧ ପ୍ରତିନିଧି ମାନେ ଯୋଗ ଦେଇଥିଲେ । ରାଜ୍ୟ ସଭାପତି ପ୍ରଶନ୍ନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ସଂସ୍କୃତି ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଭଣ୍ଡାରିପୋଖରୀ ବିଧାୟକ ସଞ୍ଜିବ କୁମାର ମଲ୍ଲିକ,ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ କୁମାର ରାଉତରାୟ, ଭୁବନେଶ୍ୱରର ସନସାଇନ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଅୟସକାନ୍ତି ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ୯୨ ବର୍ଷରେ ଉପନ୍ନିତ ବରିଷ୍ଠ ସାମ୍ବାଦିକ ତଥା ଓୟୁଜେର ପ୍ରତିଷ୍ଠାତା ସଭ୍ୟ ରାମ ନାରାୟଣ ରାୟଙ୍କୁ ତାଙ୍କ ବାସ ଭବନରେ ଭେଟି ଅତିଥି ମାନେ ତାଙ୍କର ସୁସ୍ଥ ଓ ଦୀର୍ଘାୟୁ କାମନା ପୂର୍ବକ ସଂବେଗଫଳକ, ଉତରୀୟ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ସଂଘ ସଭାପତି ପ୍ରିୟଦର୍ଶନ ବୋଇତି, କାର୍ଯ୍ୟକାରୀ ସଭାପତି ହେମନ୍ତ ସିଂହ, ସମ୍ପାଦକ ଜଗବନ୍ଧୁ ବେହେରା, ବୈକୁଣ୍ଠ ସାହୁ, ବିଭୁତି ଭୂଷଣ ଗ୍ରହଚାର୍ଯ୍ୟ, ଶାନ୍ତନୁ ପଣ୍ଡା, ମହେଶ ମିଶ୍ର, ଅଜୟ ପଣ୍ଡା, ଜୟ ଜଗନ୍ନାଥ ମଲ୍ଲିକ, ସୀତାକାନ୍ତ ପାଢୀ,ଶୁଭଦିପ୍ ମଲ୍ଲିକ୍‌, ଶୁଭ୍ରକାନ୍ତ ରାଉତରାୟ, ବିଜୟ କୁଅଁର ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶଥାଉକି ଶ୍ରୀଯୁକ୍ତ ରାୟ ଦୀର୍ଘ ବର୍ଷ ଧରି ଦୈନିକ ପ୍ରଜାତନ୍ତ୍ରରେ ଖବରଦାତା କାର୍ଯ୍ୟ କରି ଆସୁଥିବା ବେଳେ ଜିଲ୍ଲାରେ ସଂଗଠନକୁ ସୁଦୃଢ କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ନିଭାଇ ଆସୁଛନ୍ତି । ସେ ସେବା ଓ ଦାନ ଧର୍ମକୁ ନିଜର ବ୍ରତ ଭାବେ ଗ୍ରହଣ କରିଥିବା ବେଳେ ସମ୍ପୃକ୍ତ ଅଚଂଳରେ ଗାନ୍ଧୀବାଦୀ ଭାବେ ସେ ସର୍ବେ ଜନାଦୃତ ।