Odiapua.com

ରାମେଶ୍ୱର ସାହିତ୍ୟ ସଂସଦର ବୈଠକ

ଭଦ୍ରକ, ୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାମେଶ୍ୱର ସାହିତ୍ୟ ସଂସଦର ବୈଠକ ସଭାପତି ଜଗବନ୍ଧୁ ଦାଶଙ୍କ ଅଧ୍ୟକ୍ଷତାରେ ପଶ୍ଚିମ ଭଦ୍ରକ ବରିଷ୍ଠ ନାଗରିକ ପରିଷଦ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଆବାହକ ସପନ କୁମାର ଚାଟ୍ଟାର୍ଜୀଙ୍କ ପ୍ରାରମ୍ଭିକ ସୂଚନା ପରେ ସଂସଦର ସଭ୍ୟ ୰ ଦୁର୍ଯ୍ୟୋଧନ ଖୁଣ୍ଟିଆ, ୰ ବଳରାମ ପାଣିଗ୍ରାହୀ ଏବଂ ୰ ଶ୍ରୀକାନ୍ତ ମହାପାତ୍ରଙ୍କ ବିୟୋଗରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ନୂତନ ସଭ୍ୟା ଡା. ଭାରତୀ ମହାପାତ୍ରଙ୍କୁ ସଂସଦ ତରଫରୁ ସଭାପତି ଶ୍ରୀ ଦାଶ ଶୁଭେଚ୍ଛା ଜଣାଇବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସଂପାଦକ ଡ. ବଳରାମ ମିଶ୍ର ବୈଠକର ବିବରଣୀ ପାଠ ସହ ସାହିତ୍ୟ ସଂସ୍କୃତିରେ ରୁଚି ରଖୁଥିବା ଯୁବକମାନଙ୍କୁ ସଂସଦର ସଭ୍ୟ ହେବା ପାଇଁ ଉତ୍ସାହିତା କରିବାକୁ ପରାମର୍ଶ ଦେଇଥିଲେ। ମୋହିନୀ ମୋହନ ମହାପାତ୍ରଙ୍କ ସଂଯୋଜନାରେ କବିତା ଓ ପ୍ରବନ୍ଧ ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଡା. ଭାରତୀ ମହାପାତ୍ର, ଡ. ବଳରାମ ମିଶ୍ର, ଗୌରାଙ୍ଗ ଚନ୍ଦ୍ର ବାରିକ, ଗୋକୁଳାନନ୍ଦ ରାଉତ, ସପନ କୁମାର ଚାଟ୍ଟାର୍ଜୀ, ଜଗବନ୍ଧୁ ଦାଶ, ଅମୀୟ କୁମାର ମହାପାତ୍ର ଏବଂ ମୋହିନୀ ମୋହନ ମହାପାତ୍ର ସ୍ୱରଚିତ କବିତା ଓ ପ୍ରବନ୍ଧ ପାଠ କରିଥିଲେ। ପୂର୍ବତନ ଆବାହକ ପ୍ରମୋଦ କୁମାର ସ୍ୱାଇଁ ସଂସଦର ବାର୍ଷିକ ଉତ୍ସବ ପାଳନ ସହ ପତ୍ରିକା ପ୍ରକାଶନ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ବରିଷ୍ଠ ସଦସ୍ୟ ରଘୁନାଥ ସ୍ୱାଇଁ, ପଣ୍ଡିତ ରତ୍ନାକର ମିଶ୍ର, ଅଶୋକ କୁମାର ପଣ୍ଡା, ଗୋପାଳ ଚରଣ ମୁଖୀ, ଶ୍ରଦ୍ଧାନନ୍ଦ ପାଣିଗ୍ରାହୀ କବିତା ଓ ପ୍ରବନ୍ଧ ଉପରେ ନିଜ ନିଜର ମତ ରଖିଥିଲେ। ବସନ୍ତ କୁମାର ମହାପାତ୍ର ଓ କୃଷ୍ଣଚନ୍ଦ୍ର ରାଉଳ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ସଭ୍ୟ ହରିହର ଯେନା ସମୟାନୁବର୍ତ୍ତିତା ଉପରେ ଗୁରୁତ୍ୱ ପ୍ରଦାନ କରିଥିବାବେଳେ ସଭ୍ୟ ଭାବଗ୍ରାହୀ ଦାସ ସମସ୍ତ ସଭ୍ୟମାନଙ୍କ ସହ ସଂସଦର ବୈଠକ ଅପରାହ୍ନରେ ଆରମ୍ଭ କରିବାର ପ୍ରସ୍ତାବ ରଖିଥିଲେ। ସଭାପତିଙ୍କ ଅଭିଭାଷଣ ପରେ ଅମିୟ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।