Odiapua.com

ରାମେଶ୍ୱର ସାହିତ୍ୟ ସଂସଦର ବର୍ଷା ଆସର

ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ରାନ୍ଦିଆସ୍ଥିତ ସନ୍ତୋଷ ଭବନରେ ରାମେଶ୍ୱର ସାହିତ୍ୟ ସଂସଦର ବର୍ଷା ଆସର ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ଦୁଃଶାସନ ଗାହାଣ ସଭାକୁ ପୌରହିତ୍ୟ କରି ବର୍ଷାର ବର୍ଷାରେ ସାହିତ୍ୟର ବର୍ଷା ସମ୍ବନ୍ଧୀୟ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥି କବି ପ୍ରାଣବନ୍ଧୁ ବିଶ୍ୱାଳ, ଧୂପ, ପୁଷ୍ପ, ନୈବେଦ୍ୟ ପ୍ରଜ୍ଜ୍ୱଳନ ପର୍ବକ ନିଜର ଆଧ୍ୟାତ୍ମିକ ପରିବେଶରେ ନିଜର ଓଯସ୍ୱିନୀ ବକ୍ତବ୍ୟ ରଖିଥିଲେ । ସାହିତ୍ୟ ସୃଷ୍ଟିରେ ସମାଜର ମଙ୍ଗଳ ଏବଂ ସାହିତ୍ୟର ସୃଷ୍ଟି କର୍ତାଙ୍କ ଦ୍ୱାରା ସମାଜର ମଙ୍ଗଳ କିପରି ସମ୍ଭବ ହୋଇ ପାରିବ ତାହା ଆମୂଳ ଚୂଳ ବର୍ଣ୍ଣନା କରିଥିଲେ । ବରେଣ୍ୟ ଅତିଥି ଭାବେ ଡ. ବଳରାମ ମିଶ୍ର ତାଙ୍କ ଭାଷଣରେ ସାହିତ୍ୟର ପ୍ରାସଙ୍ଗିକତା ଉପରେ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ସମ୍ପାଦକ ମୋହିନୀ ମୋହନ ମହାପାତ୍ର ସ୍ୱାଗତ ସୂଚନା ସହ ପୂର୍ବ ଅଧିବେଶନର ସମ୍ପୂର୍ଣ୍ଣ ବିବରଣୀ ପାଠ କରିଥିଲେ । ଉପ-ସଭାପତି ସପନ ଚାଟ୍ଟାର୍ଜିଙ୍କ ସଂଯୋଜନାରେ ଡ. ଅବନୀ ପ୍ରଧାନ, ସାବିତ୍ରୀ ବାନାର୍ଜୀ, ଶଶାଙ୍କ ଶେଖର ପଣ୍ଡା, ଅବଦୁଲ୍ ଦଲାଲ୍ ଓ ନାରାୟଣ ପାଢୀ ପ୍ରମୁଖ ନିଜ ନିଜର କବିତା ଓ ପ୍ରବନ୍ଧ ପାଠ କରିଥିଲେ । ଅଧିବକ୍ତା ଚିତରଞ୍ଜନ ବରାଳ, ଭାଗିରଥୀ ରାଉତ ଓ ଉମାକାନ୍ତ ଗାହାଣ ସଂସଦର ସାଂଗଠନିକ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ବିନୋଦ କୁମାର ବରାଳ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ । କାର୍ଯ୍ୟକ୍ରମକୁ ଶ୍ରଦ୍ଧାନନ୍ଦ ପାଣିଗ୍ରାହୀ, ବିନୋଦ ବିହାରୀ ବରାଳ ପରିଚାଳନା କରିଥିଲେ । ଲଗାଣ ବର୍ଷା ସାଙ୍ଗକୁ ବର୍ଷା କବିତା ଆସରଟି ଉପଭୋଗ ହୋଇଥିଲା ।