Odiapua.com

ରାମେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓଡ଼ିଶା ନବିନ୍ ଓଡ଼ିଶା ଯୁବ ଓଡ଼ିଶା କାର୍ଯ୍ୟକ୍ରମର ସମାବର୍ତ୍ତନ ଉତ୍ସବ

ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଦ୍ୟାଳୟ ପରିସରରେ ନୂଆ ଓଡ଼ିଶା ନବିନ୍ ଓଡ଼ିଶା କାର୍ଯ୍ୟକ୍ରମର ସମାବର୍ତ୍ତନ ଉତ୍ସବ ବିଦ୍ୟାଳୟର ଅଧ୍ୟକ୍ଷ ଅନାଦୀ ଚରଣ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ପ୍ରାକ୍ତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ରାନ୍ଦିଆ ଗ୍ରା.ପ. ସରପଞ୍ଚ ସ୍ୱପ୍ନାରାଣୀ ସାମନ୍ତରାୟ, ସମିତିସଭ୍ୟ ଶ୍ରୀଧର ନାୟକ, ବିଦ୍ୟାଳୟର ପରିଚାଳନା ସମିତିସଭ୍ୟ ବିଜୟ ମହାପାତ୍ର ଓ ଡ. ବଳରାମ ମିଶ୍ର, ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । ବକ୍ତାମାନେ ପିଲାମାନଙ୍କୁ ପାଠପଢ଼ା ସହିତ ବିଭିନ୍ନ କ୍ଷେତ୍ରରେ ସଫଳତା ଲାଭ କରିବା ପାଇଁ ଆହ୍ୱାନ କରିଥିଲେ । ବକ୍ତାମାନେ ମଧ୍ୟ ସରକାରଙ୍କର ଉକ୍ତ କାର୍ଯ୍ୟକ୍ରମର ଆଯୋଜନକୁ ପ୍ରଶଂସା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟାପକ ଲକ୍ଷ୍ମୀଧର ନାୟକ, ଭଗବାନ ଦିକ୍ôଷତ୍‌, ଶିବହରି ମିଶ୍ର, ବିଭୁତି ପ୍ରଧାନ, ଶ୍ରୀଯୁକ୍ତ ବିଭୁତି ଜେନା, କମଳା ନାୟକ, ରଂଜିତା ଦାସ, ମଧୁସ୍ମିତା ବେହେରା, ଅନନ୍ତ ଖୁଣ୍ଟିଆ, ବାଣି ବନ୍ଦନା ଖଟୁଆ, ରବିନ୍ଦ୍ର ବେହେରା ଆଦି କର୍ମଚାରୀମାନେ ସଭା ପରିଚାଳନାରେ ସହାୟତା କରିଥିଲେ ।