Odiapua.com

ରାମାୟଣ ପରେ ଏବେ ମହାଭାରତ; ଜାଣନ୍ତୁ ପ୍ରସାରଣ ସମୟ ..

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଦେଶରେ ଲକ୍ ଡାଉନ୍ ଘୋଷଣା ହୋଇଥିବା ବେଳେ ଘରେ ଏକ ପ୍ରକାର ବନ୍ଦୀ ହୋଇ ରହିଥିବା ଲୋକଙ୍କ ମନୋରଞ୍ଜନ କରିବା ପାଇଁ ଡିଡି ଭାରତୀ ଚ୍ୟାନେଲରେ ରାମାୟଣ ପରେ ବର୍ତ୍ତମାନ ମହାଭାରତ ମଧ୍ୟ ପ୍ରସାରିତ ହେବ। ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଘୋଷଣା କରିଛନ୍ତି ଯେ ଏହି ଐତିହାସିକ ସିରିଏଲ୍ ୨୮ ମାର୍ଚ୍ଚ ଶନିବାର ଠାରୁ ପ୍ରତ୍ୟେକ ଦିନ ମଧ୍ୟାହ୍ନ ୧୨ ଟା ଏବଂ ସନ୍ଧ୍ୟା ୭ଟା ସମୟରେ ପ୍ରସାରିତ ହେବ। ଏହା ପୂର୍ବରୁ ଜାଭଡେକର ରାମାୟଣର ପ୍ରସାରଣ ଘୋଷଣା କରିଥିଲେ। ମାର୍ଚ୍ଚ ୨୮ ତାରିଖରୁ ‘ରାମାୟଣ’ର ପ୍ରସାରଣ ଆରମ୍ଭ ହେବ। ପ୍ରଥମ ଏପିସୋଡ୍ ସକାଳ ୯ଟାରେ ଏବଂ ଦ୍ୱିତୀୟ ଏପିସୋଡ୍ ରାତି ୯ଟାରେ ପ୍ରସାରିତ ହେବ। /-ଦେବଦତ୍ତ ରଥ