Odiapua.com

ରାମାନନ୍ଦ ମହାପାତ୍ରଙ୍କ ସ୍ମୃତିରେ ଶ୍ରୀରାମ ମହାଯଜ୍ଞ ସମିତିର ଶ୍ରଦ୍ଧାଞ୍ଜଳି ସଭା

ଭଦ୍ରକ, ୨୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲାର ବରିଷ୍ଠ ଆଇନଜୀବୀ, ନାଟ୍ୟ ନିର୍ଦ୍ଦେଶକ, ଭଦ୍ରକ ଜିଲ୍ଲାର ବିଜେପି ଦଳର ପ୍ରଥମ ସଭାପତି, ବିଶିଷ୍ଟ କଳାକାର ଏବଂ ସର୍ବୋପରି ଐତିହାସିକ ଭଦ୍ରକ ଶ୍ରୀରାମ ନବମୀ ମହୋତ୍ସବ କମିଟି ‘ଶ୍ରୀରାମ ମହାଯଜ୍ଞ ସମିତି’ର ପ୍ରତିଷ୍ଠାତା ସଦସ୍ୟ ତଥା ସଭାପତି ରାଏ ରାମାନନ୍ଦ ମହାପାତ୍ରଙ୍କ ଅକାଳ ବିୟୋଗରେ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ସହରର ଏକ କଲ୍ୟାଣ ମଣ୍ଡପ ପରିସରରେ ସମିତିର ସମ୍ପାଦକ ଶରତ ପଢ଼ିଆରୀଙ୍କ ସଂଯୋଜନାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ୧୯୯୧ ମସିହାରୁ ହୋଇ ଆସୁଥିବା ଭଦ୍ରକର ଶ୍ରୀରାମ ନବମୀ ଆଜି ଗଣପର୍ବରେ ପରିଣତ ହୋଇଛି । ଆରମ୍ଭରୁ ଘର ଘର ବୁଲି ଜିଲ୍ଲା ତମାମ ପ୍ରବାସ କରି, ଅନେକ ସମୟରେ ପ୍ରଶାସନ ସରକାରଙ୍କ ସହ ଲଢ଼େଇ କରି, ନ୍ୟାୟାଳୟ ପର୍ଯ୍ୟନ୍ତ ରାମ ନବମୀକୁ ନେବା ପର୍ଯ୍ୟନ୍ତ କ୍ଷେତ୍ରରେ ସ୍ୱର୍ଗତ ମହାପାତ୍ରଙ୍କ ଅବଦାନ ସର୍ବଦା ମନେ ରହିବ ବୋଲି ମଞ୍ଚାସୀନ ଅତିଥି ସମିତିର ବରିଷ୍ଠ ଉପଦେଷ୍ଟା ତଥା ପୂର୍ବତନ ମନ୍ତ୍ରୀ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, କାର୍ଯ୍ୟକାରୀ ସଭାପତି ବ୍ୟୋମକେଶ ସେନାପତି, ସଂଯୋଜକ ଗୋବିନ୍ଦ ରାଉତ, ବରିଷ୍ଠ ସଦସ୍ୟ ଦୀନବନ୍ଧୁ ପତି ପ୍ରମୁଖ ନିଜ ନିଜର ସ୍ମୃତି ଚାରଣରେ ପ୍ରକାଶ କରିଥିଲେ ।

କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ସ୍ୱର୍ଗତ ମହାପାତ୍ରଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ଶ୍ରୀରାମ ମହାଯଜ୍ଞ ସମିତିର ପୂର୍ବତନ ସମ୍ପାଦକ ଆଇନଜୀବୀ ଦୁର୍ଗା ରାୟ ମହାପାତ୍ର, ସୂର୍ଯ୍ୟକାନ୍ତ ମହାନ୍ତି, ବରିଷ୍ଠ ଉପଦେଷ୍ଟା ଅଭିମନ୍ୟୁ ସେଠୀ, ବରିଷ୍ଠ ଆଇନଜୀବୀ ସନ୍ତୋଷ ଦାସ, ଅନ୍ୟତମ ଉପଦେଷ୍ଟା ହେମନ୍ତ ପାଢ଼ୀ, ଗୋପାଳ ମୈକାପ, କଂଗ୍ରେସ ନେତା ନଳିନୀ ମହାନ୍ତି, ଓକିଲ ପୂର୍ଣ୍ଣଚନ୍ଦ୍ର ମହାନ୍ତି, ନାଟ୍ୟଶ୍ରୀ ନିର୍ମଳ ରାଉତ, ସାମ୍ବାଦିକ ଜ୍ଞାନ ପାଣି, ସମିତିର ଉପ ସଭାପତି ଅମ୍ବିକା ଦାସ, ଜଗନ୍ନାଥ ଦାଶ, ରଘୁନାଥ ସାହୁ, ମନସ୍ମିତା ଖୁଣ୍ଟିଆ, ବିପ୍ଳବ ହୋତା, ସଞ୍ଜୀବ ଦାସ ପ୍ରମୁଖ ସ୍ମୃତି ଚାରଣ କରିଥିବା ବେଳେ ସମିତିର କୋଷାଧ୍ୟକ୍ଷ ନିରଞ୍ଜନ ସାହୁ, ଉପସଭାପତି ପ୍ରଦୀପ୍ତ ବିଶ୍ୱାଳ, ଭଗବାନ ପଣ୍ଡା, ସ୍ୱାଧୀନ ସୁନ୍ଦର ଦାସ, ପ୍ରେମାନନ୍ଦ ବେହେରା, ଶିବ ଶଙ୍କର ଦାସ, ତୁଷାର ଦାସ, ସନ୍ତୋଷ ସାହୁ, ବସନ୍ତ ରାଉତ, କଳ୍ପନା ଜେନା, ରମିତା ପାଢ଼ୀ, ନବନିତା ନାୟକ, ଜ୍ୟୋତି ପ୍ରକାଶ ସାହୁ, ପ୍ରଶାନ୍ତ ସିଂ, ବିଶ୍ୱନାଥ ଲାହା, ସରୋଜ ରାଉତ, ମିଳନ ବଳ, ହୃଷିକେଶ ନାଥ, ରାହୁଲ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ମଞ୍ଚରେ ସ୍ୱର୍ଗତ ମହାପାତ୍ରଙ୍କ କନିଷ୍ଠ ପୁତ୍ର ଟୁବୁଲା ମହାପାତ୍ର ଉପସ୍ଥିତ ରହିଥିଲେ ।