Odiapua.com

ରାମମନ୍ଦିର ନିର୍ମାଣାର୍ଥେ ନିଧିସଂଗ୍ରହ ଅଭିଯାନ ବୈଠକ

ହାଟଡିହି, ୨୧ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ) ଆଯୋଧ୍ୟାରେ ପ୍ରଭୂ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣାର୍ଥେ ନିଧି ସଂଗ୍ରହ ଅଭିଯାନକୁ ସର୍ବଷ୍ପର୍ଶୀ କରିବା ଲକ୍ଷରେ ବିଶ୍ୱହିନ୍ଦୁ ପରିଷଦର ଆହ୍ୱାନ କ୍ରମେ ନିଧି ସମର୍ପଣ ସମିତି ହାଟଡିହି ଖଣ୍ଡର ଆବାହକତ୍ୱରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବିବିଧ କ୍ଷେତ୍ରକୁ ନେଇ ଏକ ପ୍ରସ୍ତୁତି ବୈଠକ ସରସ୍ୱତୀ ଷଶିଶୁ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ହାଟଡିହି ବ୍ଲକର ସମସ୍ତ ସରସ୍ୱତୀ ଶିଶୁମନ୍ଦିରର ଆଚାର୍ଯ୍ୟ, ଆଚାର୍ଯ୍ୟା, ଏକଲ ବିଦ୍ୟାଳୟର ଆଚାର୍ଯ୍ୟା, ଭାରତୀୟ ମଜଦୁର ସଂଘର କର୍ମକର୍ତ୍ତା, ବିଶ୍ୱହିନ୍ଦୁ ପରିଷଦର ସାଧୁସନ୍ଥ, ବଜରଙ୍ଗ ଦଳର କର୍ମକର୍ତ୍ତାଙ୍କ ସମେତ ୧୫୦ରୁ ଉର୍ଦ୍ଧ କର୍ମକର୍ତ୍ତା ସାମିଲ ହୋଇ ପ୍ରଭୂ ଶ୍ରୀରାମଙ୍କ କାମ ପାଇଁ ନିଷ୍ଠାର ସହ ନିଧି ସଂଗ୍ରହ କାର୍ଯ୍ରକ୍ରମକୁ ସର୍ବଷ୍ପର୍ଶୀ କରିବାପାଇଁ ଏକମତ ହୋଇଥିଲେ । ସ୍ୱାମୀ ଜ୍ଞାନାନନ୍ଦ ଗିରି ଏହି ବୈଠକରେ ସଭାପତିତ୍ୱ କରିଥିବାବେଳେ ହାଟଡିହି ଶିଶୁମନ୍ଦିରର ପ୍ରଧାନଆଚାର୍ଯ୍ୟ ସତ୍ୟନାରାୟଣ କର ମଞ୍ଚ ପରିଚାଳନା କରିଥିଲେ । ଏଥିରେ ପୁର୍ବତନ ସାଂସଦ ଅନନ୍ତ ନାୟକ, ଭାଜପା ନେତା ଆଲୋକ ସେଠୀ, ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠକର୍ମକର୍ତ୍ତା ଅଶୋକ ରାଜ, ଖଣ୍ଡ ଅଭିଯାନ ପ୍ରମୁଖ ଜ୍ଞାନାନନ୍ଦ ଗିରି, ସହ ପ୍ରମୁଖ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ସହନିଧି ପ୍ରମୁଖ ରମାକାନ୍ତ ନାୟକ, ଭାରତୀୟ ମଜଦୁର ସଂଘର ଜିଲ୍ଲା ସଭାପତି କାମପାଳ ନାୟକ, ଏକଲ ବିଦ୍ୟାଳୟର ବିଜୟ ଜେନା, ବନଜା ନାୟକ ପ୍ରମୁଖ ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ ।