Odiapua.com

ରାମପୁର ପଚାଂୟତର ବିଜେପି ସଭାପତି ହେଲେ ଜିତେନ୍ଦ୍ର

??????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବିଜେପି ବନ୍ତ କାର୍ଯ୍ୟାଳୟରେ ରାମପୁର ପଚାଂୟତର ସାଂଗଠନିକ ବୈଠକ ଓ ଆଗାମୀ ପଚାଂୟତ ନିର୍ବାଚନ ପରିପ୍ରେକ୍ଷୀରେ ତୃଣମୂଳ ସ୍ତରରୁ ଦଳକୁ ସୁଦୃଢ ଓ ଶସକ୍ତ କରିବା ନେଇ ଆଲୋଚନା କରାଯାଇଛି । ବରଡେଶ୍ୱର ମଣ୍ଡଳ ସଭାପତି ଇ. ପ୍ରମୋଦ ଜେନାଙ୍କ ସଚାଂଳନରେ ଦଳର ଭଣ୍ଡାରିପୋଖରୀ ବିଧାନସଭା ନେତା ଡ.ସୁଧାଂଶୁ ଶେଖର ନାୟକ କେନ୍ଦ୍ରରେ ମୋଦି ସରକାରଙ୍କ ବିଭିନ୍ନ ଲାଭାର୍ଥୀ ଯୋଜନା ଯଥା-ଆବାସ ଗୃହ, ସୁଭଦ୍ରା ଯୋଜନା, ରାସନ କାର୍ଡ, ପିଏମ୍ କିଷାନ୍ ଉପରେ ଆଲୋକପାତ କରିଥିଲେ । ଏଥିସହ ମୋଦିଜୀଙ୍କ ମନକିବାତ୍ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ସଂଖ୍ୟାରେ ଯୋଡି ହେବାକୁ ପରାମର୍ଶ ଦେଇଥିଲେ । ପୂର୍ବତନ ମଣ୍ଡଳ ସଭାପତି ନବକିଶୋର ବଳ, ମଣ୍ଡଳ ସାଧାରଣ ସମ୍ପାଦକ ଜିତେନ୍ଦ୍ର ନାୟକ, ମନୋଜ ବିଶ୍ୱାଳ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଏହି ଅବସରରେ ପଚାଂୟତ ସଭାପତି ଭାବେ ଜିତେନ୍ଦ୍ର ନାୟକଙ୍କ ନାମକୁ ଘୋଷଣା କରାଯାଇଥିଲା । ବୁଥ୍ ସଭାପତି ଆଲୋକ ପତି,ସୁଜିତ୍ ବେହୁରିଆ,ଗୟାଧର ପ୍ରଧାନ,ମାଧବ ଦାସ, ତପନ ବାରିକ, ନିରଞ୍ଜନ ଭୂୟାଁ,ଉନ୍ନତୀବାଳା ଦାସ, ସୁଶାନ୍ତ ରାଉତ୍‌, ସୋମନାଥ ସୁତାର,ମଟୁଂ ମଲ୍ଲିକ୍‌, ରାଜେନ୍ଦ୍ର ଖିଲାର,ମାନସୀଲତା ରାଉତ,ସନ୍ଦୀପ କୁମାର ମହାପାତ୍ର, ସତ୍ୟବ୍ରତ ବେହେରା, ରେବତୀ ପଲେଇ, ନର୍ମଦା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।