Odiapua.com

ରାମଧାରୀ ସିଂହ ଦିନକରଙ୍କ ୧୨୮ ତମ ଜୟନ୍ତୀ ପାଳିତ

ପୁରୀ, ୨୫/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)-ସ୍ଥାନୀୟ ସର୍ବୋଦୟ ନଗର ସ୍ଥିତ ମୈତ୍ରୀ ପରିସରରେ ରାମଧାରୀ ସିଂହ ଦିନକର ଙ୍କ ୧୨୮ ତମ ଜୟନ୍ତୀ ସୃଜନୀ ସାହିତ୍ୟ ସଂସଦ ଆନୁକୂଲ୍ୟରେ ସଂସଦର ଅଧ୍ୟକ୍ଷ ପ୍ରଫେସର ଡଃ କାର୍ତିକ କୁମାର ଦାସ ଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବେ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ଡଃ ବଲ୍ଲଭ କୁମାର ଜୟସିଂ ଯୋଗଦେଇ କହିଲେ ଯେ, ୧୯୦୮ ମସିହା ସେପ୍ଟେମ୍ବର ମାସ ତା ୨୩ ତାରିଖ ବିହାରର ମୁଙ୍ଗେର ଜିଲା ସିମରିଆ ଗ୍ରାମରେ ଅତି ଦରିଦ୍ର କୁଳରେ ଜନ୍ମଗ୍ରହଣ କରି ଛାତ୍ର ଅବସ୍ଥାରୁ ଜଣେ ମେଧାବୀ ଛାତ୍ର ଭାବେ ପରିଚିତ ଥିଲେ। ସେ ମାତୃଭାଷା ବ୍ୟତୀତ ହିନ୍ଦୀ, ଇଂରାଜୀ, ମୈଥିଳୀ, ଉର୍ଦ୍ଧୂ ଓ ବାଙ୍ଗଲା ଭାଷାରେ ପ୍ରବୀଣ ହେଲେ। ଅନ୍ୟମାନଙ୍କ ମଧ୍ୟରେ ରାଜେନ୍ଦ୍ର କୁମାର ତ୍ରପାଠୀ, ବରିଷ୍ଠ ନାଗରିକ ପ୍ରଭାକର ମିଶ୍ର, ପ୍ରମୋଦା ଦେବୀ, ଅଶୋକ କୁମାର ମହାପାତ୍ର, ଆଶିଷ ଅମିତାଭ ମହାପାତ୍ର, ସଞୀବ ପାଟ୍ଟଯୋଶୀ, ବର୍ଷା ପତି, ଗଙ୍ଗାଧର ଆଚାର୍ଯ୍ୟ, ସାମ୍ବାଦିକ ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ଭବାନୀ ପ୍ରସାଦ ବଳିଆର ସିଂ, ପ୍ରମୁଖ ସ୍ୱର୍ଗତଃ ଦିନକର ଙ୍କ ପ୍ରତିଭା ଉପରେ ଆଲୋଚନା କରିଥିଲେ। ପରିଶେଷରେ ଜୁପିଟର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।