Odiapua.com

ରାମଦେବଙ୍କ ପତଞ୍ଜଳି ଉପରେ ୧ କୋଟି ଟଙ୍କାର ଜରିମାନା, ବିସଲେରୀ, ପେପ୍‌ସି, କୋକାକୋଲା ଉପରେ କେତେ ଜରିମାନା ଜାଣନ୍ତୁ

ନୂଆ ଦିଲ୍ଲୀ ୧୦-୨ (ଓଡ଼ିଆ ପୁଅ) କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ବାବା ରାମଦେବଙ୍କ ପତଞ୍ଜଳି ପେୟ ପ୍ରାଇଭେଟ ଲିମିଟେଡ୍ ଉପରେ ଏକ କୋଟି ଟଙ୍କା ଜରିମାନା ଲଗାଇଛି। ଏଥିସହ କୋକ୍, ପେପସିକୋ ଏବଂ ବିସଲେରୀଙ୍କୁ ମଧ୍ୟ ଜରିମାନା କରାଯାଇଛି।

ମିଡିଆ ଖବର ଅନୁଯାୟୀ, ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପରିଚାଳନା ନିୟମ ୨୦୧୮ ପାଳନ ନକରିବାରୁ ପତଞ୍ଜଳିକୁ ଏକ କୋଟି ଜରିମାନା କରାଯାଇଛି। ଏହାର ଜବାବ ଦେବାକୁ CPCB କମ୍ପାନୀକୁ ୧୫ ଦିନ ସମୟ ଦେଇଛି। ପତଞ୍ଜଳି ମୁଖପାତ୍ର ଏସ.କେ ତିଜରିୱାଲା ଏହି ମାମଲାରେ କୌଣସି ମନ୍ତବ୍ୟ ଗଣମାଧ୍ୟମକୁ ଦେବାକୁ ମନା କରି ଦେଇଛନ୍ତି। ଏହା ବ୍ୟତୀତ ସରକାରୀ ସଂସ୍ଥାକୁ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ନିଷ୍କାସନ ଏବଂ ସଂଗ୍ରହ ବିଷୟରେ ସୂଚନା ନ ଦେଇଥିବାରୁ କୋକ୍, ପେପସିକୋ ଏବଂ ବିସଲେରୀ ଉପରେ ଜରିମାନା ଲାଗୁ କରାଯାଇଛି।

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଜାନୁଆରୀରୁ ସେପ୍ଟେମ୍ବର ୨୦୨୦ ମଧ୍ୟରେ ବିସଲେରୀର ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ୨୧ ହଜାର ୫୦୦ ଟନ୍ ହୋଇଛି।

ସେହିପରି, ପେପ୍‌ସୀ ବିଷୟରେ କହିଲେ, ୧୧, ୧୯୪ ଟନ୍ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ। କୋକାକୋଲାରେ ୪, ୪୧୭ ଟନ୍ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଥିଲା। ଏହି କାରଣରୁ ବିସଲେରୀ ଉପରେ ୧୦.୭୫ କୋଟି, ପେପସିକୋ ଇଣ୍ଡିଆ ଉପରେ ୮.୭ କୋଟି ଏବଂ କୋକାକୋଲା ପାନୀୟ ଉପରେ ୫୦.୬୬ କୋଟି ଜରିମାନା ଲାଗୁ କରାଯାଇଛି।