ଭଦ୍ରକ, ୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ବ୍ଲକ ଆନନ୍ଦପୁର ହାଇସ୍କୁଲ ପଡ଼ିଆରେ ହେବାକୁ ଥିବା ଅନ୍ତରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଂଟ ପାଇଁ ପ୍ରସ୍ତୁତି ବୈଠକ ହୋଇଯାଇଛି। ଜାନୁଆରି ଶେଷ ଓ ଫେବ୍ରୁଆରି ପ୍ରଥମ ସପ୍ତାହରେ ଭଗବତୀ ଯୁବକ ସଂଘ ଓ ରାମଚନ୍ଦ୍ର ଦାଶ ସ୍ମୃତି ସଂସଦ ଆନୁକୂଲ୍ୟରେ ରାମଚନ୍ଦ୍ର ଦାଶ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହେବ। ଏଥର ରାଜ୍ଯ ତଥା ରାଜ୍ଯ ବାହାରୁ ୮ ଟି ଟିମ୍ ଅଂଶଗ୍ରହଣ କରିବେ। ପ୍ରଥମ ଚାରିଦିନ କ୍ୱାର୍ଟର ଫାଇନାଲ ଖେଳାଯିବ। ତା ପରେ ୨ ଦିନ ସେମି ଫାଇନାଲ ଓ ଶେଷରେ ଫାଇନାଲ୍ ଖେଳାଯିବ। ବାହାର ରାଜ୍ୟରୁ ଆସିବାକୁ ଥିବା ଖେଳାଳିଙ୍କ ରହିବା, ଖାଇବା ପିଇବା ବ୍ୟବସ୍ଥା ଆୟୋଜକ ବହନ କରିବେ। ବିଜୟୀ ଟିମ୍ ପାଇଁ ଆକର୍ଷଣୀୟ ପୁରସ୍କାର ବ୍ୟବସ୍ଥା ହୋଇଥିବା ରାମଚନ୍ଦ୍ର ଦାଶ ସ୍ମୃତି ସଂସଦର କାର୍ଯ୍୍ୟକର୍ତା ବୃନ୍ଦାବନ ମହାନ୍ତି କହିଛନ୍ତି। ଆୟୋଜିତ ବୈଠକରେ ପୂର୍ବତନ ସରପଂଚ ବିଜୟ କୁମାର ଦାସ, ଶିକ୍ଷକ ମାନସ ମିଶ୍ର, ଅରୁଣ କୁମାର ପରିଡ଼ା, ସମାଜସେବୀ ନାରାୟଣ ଦାସ, ନଗେନ ସୂତାର, ଦାମୋଦର ପଣ୍ଡା, ହିମାଂଶୁ ଭୂଷଣ ଦାଶ, ତ୍ରିଲୋଚନ ବେହେରା, ମାନଗୋବିନ୍ଦ ଦାସ, ସରୋଜ ଦାସ, ମଦନମୋହନ ପାଣିଗ୍ରାହୀ, ବାସୁଦେବ ପାଗଳ, ହରିହର ପାଗଳ ପ୍ରମୁଖ ଉପସ୍ଥିତ ଥିଲେ।