Odiapua.com

ରାମଚନ୍ଦ୍ରପୁରରେ ବିଦ୍ୟୁତ ଗ୍ରାହକ ସେବା କେନ୍ଦ୍ର ଉଦଘାଟିତ

ନୟାଗଡ଼ ୧୦/୧୦ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ଼ ଜିଲ୍ଲା ରଣପୁର ବିଦ୍ୟୁତ ବିଭାଗ ଗୋପାଳପୁର ଓ ମଝିଆଁଖଣ୍ଡ ଅଂଚଳରେ ଅନେକ ଦିନ ହେଲା ବିଦ୍ୟୁତ ଉପଭୋକ୍ତାମାନେ ଉପଯୁକ୍ତ ସେବା ପାଇପାରୁ ନଥିଲେ। ଯାହାକୁ ନେଇ ଗ୍ରାହକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ବିଦ୍ୟୁତ ଗ୍ରାହକ ମାନଙ୍କ ସୁବିଧା ପାଇଁ ବିଦ୍ୟୁତ ପରିବଣ୍ଟନ କମ୍ପାନୀ ରାମଚନ୍ଦ୍ରପୁର ଠାରେ ଏକ ଗ୍ରାହକ ସେବାକେନ୍ଦ୍ର ଖୋଲିଥିବା ଜଣାପଡ଼ିଛି।

ଅକ୍ଟୋବର ୧୦ ତାରିଖ ସଂନ୍ଧ୍ୟାରେ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ପ୍ରତିନିଧି ତଥା ରଣପୁର ମହିଳା ବିଜୁ ଜନତା ଦଳର ସଭାପତି ନର୍ମଦା ରାୟଙ୍କ କରକମଳରେ ଗ୍ରାହକ ସେବା କେନ୍ଦ୍ରଟି ଉଦଘାଟିତ ହୋଇଯାଇଅଛି। ଏଥିରେ ରଣପୁର ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ବିକାଶ କୁମାର ସେନାପତି ଓ ବାଣୀଜିକ କନିଷ୍ଠ ଯନ୍ତ୍ରୀ ଲକ୍ଷ୍ମୀଧର ପଣ୍ଡା ଉପସ୍ଥିତ ଥିଲେ। ଗ୍ରାହକ ସେବା କେନ୍ଦ୍ରଟି ଖୋଲିବା ପରେ ଗ୍ରାହକମାନେ ବିଦ୍ୟୁତ ବିଭାଗ ଉପରେ ଆସ୍ଥା ପ୍ରକଟ କରିଥିବା ଜଣାପଡ଼ିଛି।