Odiapua.com

ରାବଣପୋଡି ଦେଖିବା ହେଲା ଶେଷ ରାତି, ରକ୍ତାକ୍ତ ଅବସ୍ଥାରେ ରାସ୍ତା ଉପରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ମୟୁରଭଞ୍ଜ, ତା ୯ ଅକ୍ଟୋବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ/ସୀତାରାମ ଦୀକ୍ଷିତ) ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଯୋକା-କପାଡ଼ିହା ରାସ୍ତା ମଝିରେ ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ଝାରପୋଖରିଆ ଥାନା ଜାଟିଆଷୋଳ ଗ୍ରାମର ସୁନାରାମ ମାର୍ଣ୍ଡି ବୋଲି ଜଣାପଡ଼ିଛି । ପରିବାର ଲୋକଙ୍କ କହିବା ଅନୁସାରେ ଗତକାଲି ରାତିରେ ଯୋକାରେ ରାବଣପୋଡି ଅନୁଷ୍ଠିତ ହେଉଥିଲା । ରାବଣପୋଡି ଦେଖିବାକୁ ସୁନାରାମ ଯାଇଥିଲା, ହେଲେ ଘରକୁ ଫେରିନଥିଲେ ।ଆଜି ସକାଳୁ ସୁନାରାମଙ୍କ ରକ୍ତାକ୍ତ ଅବସ୍ଥାରେ ମୃତଦେହ ରାସ୍ତା ଉପରେ ପଡିଥିବାର ଲୋକମାନେ ଦେଖି ପୋଲିସକୁ ଖବର ଦେଇଥିଲେ । କେହି ଦୁର୍ବୁତ୍ତ ଧାରୁଆ ଅସ୍ତ୍ରରେ ସୁନାରାମଙ୍କ ବେକକୁ କାଟି ହତ୍ୟା କରିଥିବା ଅନୁମାନ କରାଯାଉଛି । ଘଟଣାର ଖବର ପାଇ ଝାରପୋଖରିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏଥିସହ ସାଇଣ୍ଟିଫିକ୍ ଟିମ ଓ ପୋଲିସ ଘଟଣାର ସତ୍ୟତା ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛନ୍ତି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସୁନାରାମଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀକୁ ତୁରନ୍ତ ଗିରଫ କରିବାକୁ ପୋଲିସ ପାଖରେ ଦାବି କରିଛନ୍ତି ।