ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ଘୋଷଣା ଅନୁଯାଇ ରାନ୍ଦିଆ ସେବା ସମବାୟ ସମିତି ଅଧିନ ରାନ୍ଦିଆ ପଞ୍ଚାୟତର ପ୍ରକୃତ ଚାଷୀ ଯେଉଁମାନେ ଅନ୍ଲାଇନ ପରେ ଟୋକନ ପାଇ ମଧ୍ୟ ଧାନ ଦେବାରୁ ବଞ୍ôଚତ ହୋଇ, ବାଧ୍ୟ ହୋଇ ଆଜି ସେବା ସମବାୟ ସମିତି ଓ ମା ତାରିଣୀ ସ୍ୱୟଂ ସହାୟିକା ଗୋଷ୍ଠୀ କାର୍ଯ୍ୟାଳୟ ସମ୍ମୁଖରେ ୧୨ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ । ଧାରଣାରତ ଚାଷୀ ମାନଙ୍କ ଠାରୁ ପ୍ରକାଶ ଯେ ଏହି ସମିତିର ଚଳିତ ଖରିପ ସିଜିନ ପାଇଁ “ମା ତାରିଣୀ ସ୍ୱୟଂ ସହାୟିକା ଗୋଷ୍ଠୀ ଧାନ କ୍ରୟର ଦାୟିତ୍ୱ ନେଇ, ଚାଷୀ ମାନଙ୍କର ଅନଲାଇନ୍ କରିଥିଲା । ଅନ୍ଲାଇନ୍ ଅନୁଯାଇ ଚାଷୀମାନେ ଟୋକନ୍ ପାଇଥିଲେ । ମାତ୍ର ସେମାନେ ସେମାନଙ୍କର ଧାନ ନେଇ ଦାଇତ୍ୱ ନେଇଥିବା ସ୍ୱୟଂ ସହାୟିକା ଗୋଷ୍ଠୀର ମଣ୍ଡିକୁ ଯିବାରେ, ଦାୟିତ୍ୱରେ ଥିବା ବ୍ୟକ୍ତିମାନେ ତୁମମାନଙ୍କର ଧାନ ନେବୁ ନାହିଁ, ଟାରଗେଟ୍ ପୂରଣ ହୋଇଗଲାଣି, ଫେରିଯାଅ କହି ଚାଷୀମାନଙ୍କୁ ଫେରାଇ ଦେଇଥିଲେ । ପ୍ରକୃତ କଥା ହେଲା ଉକ୍ତ ସେବା ସମବାୟ ସମିତିରେ ଧାନ କ୍ରୟ ଦାୟିତ୍ୱରେ ଥିବା ବ୍ୟକ୍ତିମାନେ ନିଜେ ଲାଭବାନ ହେବା ଓ ଅନ୍ୟ କିଛି ଅଣଚାଷୀ, ବ୍ୟବସାୟୀଙ୍କୁ ଲାଭ ଦେବା ଉଦ୍ଦେଶ୍ୟରେ, କିଛି ଅଣଚାଷୀ, ବେପାରୀଙ୍କ ଇଚ୍ଛା ମୁତାବକ ପ୍ରଥମେ, ପ୍ରଥମେ ସେମାନଙ୍କର ଅନଲାଇନ୍ କରି, ତାଙ୍କର ଧାନ କ୍ରୟ କରି ସରକାରଙ୍କ ଠାରୁ ଯାହାବି ମିଳିଥିବା ଟାର୍ଗେଟକୁ ପୁରଣ କରିଦେଇଛନ୍ତି । ଯାହାର ଫଳସ୍ୱରୂପ ଋଣ, କରଜ କରି ଚାଷ କରିଥିବା ପ୍ରକୃତ ଚାଷୀ ସେମାନଙ୍କର ଧାନ ଦେଇନପାରି ମୁଣ୍ଡରେ ହାତ ଦେଇ ବସିଛନ୍ତି ।
ପରିତାପର ବିଷୟ ଉକ୍ତ ସ୍ୱୟଂ ସହାୟିକା ଗୋଷ୍ଠୀ ପ୍ରକୃତ ଚାଷୀଙ୍କୁ ଠିକ୍ଭାବେ ଚିହ୍ନଟ ନକରି ନିଜର ମନ୍ଦ ଉଦ୍ଦେଶ୍ୟ ଚରିତାର୍ଥ କରିବାକୁ ଗୋଟିଏ ପରିବାରରୁ ୩/୪ ଜଣ ଯଥା ପରିବାର ମୁଖ୍ୟ, ସ୍ତ୍ରୀ, ପୁତ୍ର, ପୁତ୍ରବଧୂଙ୍କ ନାଁରେ ସମାନ ଖାତା, ସମାନ ଖସଡା ଦର୍ଶାଇ ଅନଲାଇନ୍ କରାଇ ଧାନ ଉଠାଇଛନ୍ତି । ଧାରଣାରତ ଉପେକ୍ଷିତ ପ୍ରକୃତ ଚାଷୀମାନେ ଏହି ଗୁରୁତ୍ତର ଅନିୟମିତତାର ତୁରନ୍ତ ଯାଞ୍ଚ କରି ଦାୟୀ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓ ସେମାନଙ୍କର ପଡିରହିଥିବା ଧାନକୁ ତୁରନ୍ତ କ୍ରୟ କରିବାକୁ ଦାବୀ କରି ଜିଲ୍ଲା ଯୋଗାଣ ଅଧିକାରୀ ଏବଂ ଭଦ୍ରକ ଜିଲ୍ଲାପାଳଙ୍କୁ ପୂର୍ବରୁ ଦାବୀପତ୍ର ଦେଇଥିଲେ । ଉପରୋକ୍ତ ଅଧିକାରୀମାନେ ଏହି ଉପେକ୍ଷିତ ଚାଷୀମାନଙ୍କ ଦାବୀ ଉପରେ ଏଯାବତ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ବାଧ୍ୟ ହୋଇ ଚାଷୀ ପ୍ରଫୁଲ୍ଲ କୁମାର ସାହୁ, ଶରତ ରାଉତ, ଅମୁଲ୍ୟ ଖୁଣ୍ଟିଆ, ଅକ୍ଷୟ ଖୁଣ୍ଟିଆ, କାର୍ତ୍ତିକ ଖୁଣ୍ଟିଆ, ଦୁଃଶାସନ ସ୍ୱାଇଁ, କମଳାକାନ୍ତ ବାରିକ ଓ ଅନ୍ୟମାନେ ଶାନ୍ତିପୂର୍ଣ୍ଣ ଭାବେ ଉକ୍ତ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ଚାଷୀମାନଙ୍କର ଏହି ଧାରଣା ଖବର ପାଇ ଭଦ୍ରକ ବ୍ଲକ କଂଗ୍ରେସ ସଭାପତି ତଥା ଆଇନ୍ଜୀବୀ ପ୍ରଫୁଲ୍ଲ ସାମଲ ଧାରଣାସ୍ଥଳରେ ପହଞ୍ôଚ ସେମାନଙ୍କୁ ନୈତିକ ସମର୍ଥନ ଦେବା ସହିତ ତୁରନ୍ତ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେବାକୁ ଦୃଢ ଦାବୀ କରିଛନ୍ତି । ଏହାସତ୍ତ୍ୱେ ଯଦି ସେମାନଙ୍କର ଦାବୀ ପୂରଣ ନହୁଏ, ପୁନର୍ବାର ସେମାନେ ଆସନ୍ତା ତା ୧୬.୦୩.୨୦୨୧ ରିଖରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଓ ତା ସତ୍ତ୍ୱେ ଦାବୀ ପୂରଣ ନହେଲେ ପରେ ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥକୁ ଅବରୋଧ କରିବାକୁ ଉପେକ୍ଷିତ ଚାଷୀମାନେ ଘୋଷଣା କରିଛନ୍ତି ।