Odiapua.com

ରାନ୍ଦିଆ ରାମେଶ୍ୱର ସାହିତ୍ୟ ସଂସଦର ଅଧିବେଶନ

ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ରାନ୍ଦିଆସ୍ଥିତ ରାମେଶ୍ୱର ସାହିତ୍ୟ ସଂସଦର ଶୀତକାଳୀନ ଅଧିବେଶନ ଓ କବିତା ପାଠୋତ୍ସବ ଆନନ୍ଦ ଓ ଉତ୍ସାହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ଦୁଃଶାସନ ଗାହାଣଙ୍କ ପୌରହିତ୍ୟରେ ଅନୁଷ୍ଠିତ ସାରସ୍ୱତ ଉତ୍ସବରେ ବିନୋଦ ବିହାରୀ ବରାଳ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଡ.ବଳାରାମ ମିଶ୍ର, ସାବିତ୍ରୀ ବାନାର୍ଜୀ, ସସ୍ମିତା ସାହୁ, ଶେଖ୍ ଅବଦୁଲ୍ ଦୟନ, ବଳରାମ ଜେନା, ମୁସ୍ତାକ ଗହ୍ୱର, ରମାକାନ୍ତ ଗାହାଣ, ମୋନାଲିସା ସାହୁ, ଶର୍ମିଷ୍ଠା ପଣ୍ଡା, ଲକ୍ଷ୍ମିପ୍ରିୟା ସାହୁ, ହେମନ୍ତ କୁମାର ନାୟକ, ଅଶୋକ କୁମାର ପଣ୍ଡା, ଶ୍ରଦ୍ଧାନନ୍ଦ ପାଣିଗ୍ରାହୀ, ବସନ୍ତ କୁମାର ମହାପାତ୍ର, କୃଷ୍ଣ ଚନ୍ଦ୍ର ରାଉଳ, ଗୋପାଳ ଚନ୍ଦ୍ର ମୁଖୀ, ବିନୋଦ କୁମାର ବରାଳ, ଭାଗିରଥୀ ରାଉତ ପ୍ରମୁଖ ନିଜ ନିଜର ସ୍ୱରଚିତ କବିତା କବିତା ପାଠ କରିଥିଲେ । ପ୍ରଫେସର ଡ.ବଳରାମ ମିଶ୍ର ଓ ଡ.ରାଇମୋହନ ମହାପାତ୍ର କବିତା ଗୁଡିକର ବ୍ୟାଖା କରିଥିଲେ । ସୀତାକାନ୍ତ ବେହେରା ଓ ଦେବେନ୍ଦ୍ରନାଥ ପଣ୍ଡା ସାହିତ୍ୟ ଆଲୋଚନା ଓ କବିତା ରଚନା ନେଇ ନିଜ ନିଜର ମତ ବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ଉପ-ସଭାପତି ସପନ ଚାଟାର୍ଜୀ ସ୍ୱାଗତ ଭାଷଣ ରଖିଥିବା ବେଳେ ସମ୍ପାଦକ ମୋହିନୀ ମୋହନ ମହାପାତ୍ର ଆବାହନ ସଙ୍ଗୀତ ଓ ପୂର୍ବ ଅଧିବେଶନର ବିବରଣୀ ପାଠ କରିଥିଲେ । ଶେଷରେ ସଭ୍ୟ ସଂଜୟ ସୂତାର ଧନ୍ୟବାଦ ଅର୍ପଣ କରିଥିଲେ । ଧନୁର୍ଜୟ ସେଠୀ,ଲୋକନାଥ ବାରିକ, ଭାଗିରଥୀ ଦାସ ପ୍ରମୁଖ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।