ଭଦ୍ରକ, ୩୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ରାନ୍ଦିଆ -ବାଉଦପୁର ରେଳ ଷ୍ଟେସନ ନିକଟ ରେ ଯୁବକ ଙ୍କ ମୃତ ଦେହ ଠାବ ହୋଇଛି। ମୃତ ଯୁବକ ଙ୍କ ପରିଚୟ ମିଳିନାହିଁ। ଟ୍ରେନ ରେ ଖସି ପଡି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଆଜି ସକାଳୁ ସ୍ଥାନୀୟ ଲୋକେ ଏହାକୁ ଦେଖି ଭଦ୍ରକ ରେଳବାଇ ପୋଲିସ କୁ ଖବର ଦେଇଥିଲେ। ଗତ କାଲି ରାତିରେ ଯୁବକ ଜଣଙ୍କ ଟ୍ରେନ ରୁ ଖସି ଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉ ଥିଲା ବେଳେ ତାଙ୍କ ମୁଣ୍ଡ ଫାଟିଛି। ସେ ରେଳ ଲାଇନ ତଳେ ମୁହଁ ମାଣ୍ଡି ତଳେ ପଡିଥିଲା ବେଳେ ପାଖରେ ଏକ ବ୍ୟାଗ ପଡିଛି। ଭଦ୍ରକ ରେଳ ବାଇ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି।