Odiapua.com

ରାନବାକ୍ସିର ପୂର୍ବତନ ପ୍ରମୋଟର ଶିବିନ୍ଦର ସିଂହ ୭୪୦ କୋଟିର ଠକେଇ ମାମଲାରେ ଗିରଫ

ନୂଆଦିଲ୍ଲୀ ୧୦-୧୦ (ଓଡ଼ିଆ ପୁଅ) ମେଡ଼ିସିନ୍ କମ୍ପାନୀ ରାନବାକ୍ସି ଏବଂ ଫର୍ଟିସ ହେଲ୍ଥକେୟାର ପୂର୍ବତନ ପ୍ରମୋଟର ଶିବିନ୍ଦର ସିଂହଙ୍କୁ ଦିଲ୍ଲୀ ପୁଲିସର ଆର୍ଥିକ ଅପରାଧ ଶାଖା (ଇଓଡବ୍ଲ୍ଯୂ) ଗୁରୁବାରଦିନ ଗିରଫ କରିଛି। ଶିବିନ୍ଦରଙ୍କ ବ୍ୟତୀତ କବି ଅରୋଡ଼ା, ସୁନୀଲ ଗୋଧୱାନୀ ଏବଂ ଅନିଲ ସାକ୍ସେନା ମଧ୍ୟ ଗିରଫ ହୋଇଛନ୍ତି। ରେଲିଗେୟର ଫିନଭେଷ୍ଟ ଲିମିଟେଡର ଅଭିଯୋଗ ଉପରେ ଏହି କାର୍ଯ୍ୟାନୁଷ୍ଠାନ କରାଯାଇଛି। ଶିବିନ୍ଦର ରେଲିଗେୟାର ଫିନଭେଷ୍ଟର ପୂର୍ବତନ ପ୍ରମୋଟର ଅଟନ୍ତି। ବାକୀ ଅନ୍ୟ ଲୋକ ମଧ୍ୟ କମ୍ପାନୀ ସହିତ ସଂଯୁକ୍ତ ଥିଲେ। ଅଭିଯୋଗ ମୁତାବକ ଶିବିନ୍ଦର ସିଂହ ଏବଂ ଅନ୍ୟ ଲୋକମାନଙ୍କ ଉପରେ ୭୪୦ କୋଟି ଟଙ୍କାର ଫଣ୍ଡ ଡାଇଭର୍ଟ କରିବାର ଅଭିଯୋଗ ହୋଇଛି।

ଏହି ମାମଲାରେ ଶିବିନ୍ଦରଙ୍କର ଭାଇ ମଲବିନ୍ଦର ମଧ୍ୟ ଅଭିଯୁକ୍ତ ଅଟନ୍ତି। ମିଡ଼ିଆ ରିପୋର୍ଟ ମୁତାବକ ମଲବିନ୍ଦରଙ୍କୁ ପୋଲିସ୍ ଖୋଜୁଛି। ରେଲିଗେୟର ଫିନଭେଷ୍ଟ ଡିସେମ୍ବରରେ ଶିବିନ୍ଦର ଏବଂ ମଲବିନ୍ଦରଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲା।

ସୂଚନାଯୋଗ୍ୟଯେ, ୨୦୧୬ ରେ ଦୁଇଭାଇଙ୍କୁ ଫୋର୍ବ୍ସର ୧୦୦ ସବୁଠାରୁ ଧନୀ ଭାରତୀୟମାନଙ୍କ ଲିଷ୍ଟରେ ୯୨ତମ ସ୍ଥାନରେ ଜାଗା ମିଳିଥିଲା। ସେ ସମୟରେ ଦୁଇଜଣଙ୍କର ସଂପତ୍ତି ୮,୮୬୪ କୋଟି ଟଙ୍କାଥିଲା। ଗତ ବର୍ଷ ଶିବିନ୍ଦର ଏବଂ ମଲଵିଂଦର ସିଂହ ଙ୍କ ଉପରେ ଅଭିଯୋଗ ଲାଗିଥିଲା କି ସେ ଫୋର୍ଟିସର ବୋର୍ଡର ଆପ୍ରୁଭାଲ ବିନା ୫୦୦ କୋଟି ଟଙ୍କା ଉଠାଇ ନେଇଥିଲେ। ଫେବ୍ରୁଆରୀ ୨୦୧୮ ପର୍ଯ୍ୟନ୍ତ ମଲବିନ୍ଦର ଫୋର୍ଟିସର ଏଗ୍ଜୀକ୍ୟୁଟିବ ଚେୟାରମ୍ୟାନ ଏବଂ ଶିବିନ୍ଦର ନନ-ଏଗ୍ଜୀକ୍ୟୁଟିବ ଭାଇସ୍ ଚେୟାରମ୍ୟାନ ଥିଲେ। ଫଣ୍ଡ ଡାଇଭର୍ଟ କରିବା ଅଭିଯୋଗ ପରେ ଦୁଇଜଣଙ୍କୁ ବୋର୍ଡରୁ ବାହାର କରିଦିଆଯାଇଥିଲା। ଶିବିନ୍ଦର ଏବଂ ମଲଵିଂଦର ସିଂହ ୧୯୯୬ ରେ ଫୋର୍ଟିସ ହେଲ୍ଥକେୟାରର ପ୍ରାରମ୍ଭ କରିଥିଲେ।